ମା'ଜାଗୁଳାଇ ସରସ୍ୱତୀ ଶିଶୁ ମନ୍ଦିରରେ ମାଗଣା ଚକ୍ଷୁ ପରୀକ୍ଷା ଶିବିର । ବିନା ମୂଲ୍ୟରେ ୧୪ ଛାତ୍ର ଛାତ୍ରୀଙ୍କୁ ବଣ୍ଟାଗଲା ଚଷମା

Advertisment
HYTHJ

କନକ ବ୍ୟୁରୋ : ସେପ୍ଟେମ୍ବର ୨୦ ତାରିଖ ଦିନ ରୋଟାରୀ ଇ-କ୍ଳବ୍ ଅଫ୍ ମହୋଦଧି, ଭୁବନେଶ୍ୱର ଦ୍ବାରା କେୟାର ନେତ୍ରମ ସହାୟତାରେ ଭୁବନେଶ୍ୱରର ଉପକଣ୍ଠରେ ସ୍ଥିତ ମା'ଜାଗୁଳାଇ ସରସ୍ୱତୀ ଶିଶୁ ମନ୍ଦିର, ଅଲାରପୁର ଠାରେ ଏକ ନିଃଶୁଳ୍କ ଚକ୍ଷୁ ପରୀକ୍ଷା ଶିବିରର ଆୟୋଜନ କରାଯାଇଛି ।  ଏହି ଶିବିରରେ ଛାତ୍ରଛାତ୍ରୀ, ଶିକ୍ଷକ ଏବଂ କିଛି ଅଭିଭାବକମାନଙ୍କ ସହିତ ମୋଟ ୩୧୦ ଜଣଙ୍କର ଚକ୍ଷୁ ପରୀକ୍ଷା କରାଯାଇଛି। ଆବଶ୍ୟକ ଅନୁଯାଇ ୧୪ ଜଣ ଛାତ୍ରଛାତ୍ରୀଙ୍କୁ ବିନାମୂଲ୍ୟରେ ଚଷମା ପ୍ରଦାନ କରାଯାଇଛି।  ଏହି ଶିବିରକୁ ରୋଟାରୀ ଜିଲ୍ଲା (୩୨୬୨)ର ଡିଷ୍ଟ୍ରିକ୍ଟ ଗଭର୍ଣ୍ଣର ରୋଟାରିଆନ୍ ଯଜ୍ଞାଶିଷ ମହାପାତ୍ର ଉଦ୍ଘାଟନ କରି ଛାତ୍ରଛାତ୍ରୀ ମାନଙ୍କୁ ଆଖି ପରି ଏକ ଅମୂଲ୍ୟ ଅଙ୍ଗର ନିୟମିତ ଯତ୍ନ  ନେବା ଏବଂ  ପ୍ରତିକାର ସ୍ୱରୂପ ସୁଷମ ଖାଦ୍ୟାଭାସ କରିବା ପାଇଁ  ପରାମର୍ଶ ଦେଇଥିଲେ। କ୍ଳବର ସଂପାଦକ ରୋଟାରିଆନ୍ ରଜନୀକାନ୍ତ ପଟ୍ଟନାୟକଙ୍କ ଦ୍ୱାରା ପରିଚାଳିତ ଏହି ଶିବିରରେ ରୋଟାରିଆନ୍ ରମେଶ ଚନ୍ଦ୍ର ସାହାଣୀ, ରୋଟାଟିଆନ୍ ଅଜୟ କୁମାର ଦାସ, ରୋଟାରିଆନ୍ ପଙ୍କଜ କୁମାର ବଦ୍ରିକା ପ୍ରସାଦ ମହାପାତ୍ର, ରୋଟାରିଆନ୍ ଚୈତନ୍ୟ ଚରଣ ଭଞ୍ଜ, ରୋଟାରିଆନ୍ ପ୍ରମଥ ଚନ୍ଦ୍ର ନାୟକ ଉପସ୍ଥିତ ଥିଲେ। ବିଦ୍ୟାଳୟର ପ୍ରଧାନ ଆଚାର୍ୟ୍ୟ ଶ୍ରୀ ଶ୍ରୀକାନ୍ତ ଶେଖର ସାମନ୍ତରାୟ ଏବଂ ସମସ୍ତ ଗୁରୁମା ଏବଂ ଗୁରୁଜୀ ପୂର୍ଣ୍ଣ ସହଯୋଗ କରିଥିଲେ। କେୟାର ନେତ୍ରମର ଉପସ୍ଥିତ ସଦସ୍ୟମାନେ ଯଥାସାଧ୍ୟ ଚେଷ୍ଟାକରି ନିର୍ଦ୍ଧାରିତ ସମୟରେ ଚକ୍ଷୁ ପରୀକ୍ଷା କାର୍ୟ୍ୟ ସମାପନ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe