ନୀତୀଶଙ୍କ କେଜ୍ରିଓ୍ୱାଲ୍ ଫର୍ମୁଲା; ଭୋଟ୍ ହାତେଇବାକୁ ମାଗଣା ଯୋଜନା ଭରସା

Advertisment

ଆଉ ମାତ୍ର କିଛି ମାସ ପରେ ବିହାରରେ ନିର୍ବାଚନ ହେବାକୁ ଯାଉଛି । ଆଉ ଏଥର ଯେନତେନ ପ୍ରକାରେ ବିହାରର ସତ୍ତା ନିଜ ପାଖରେ ରଖିବାକୁ ଚାହୁଛନ୍ତି ନୀତୀଶ । ଖାସ୍ କରି ବିହାରରେ ବିଜେପି ସତ୍ତାରୁ ବେଦଖଲ ହେବାକୁ ଚାହୁନି । ତେଣୁ ଏପରି ସମୟରେ ବିହାର ଭୋଟରଙ୍କ ପାଇଁ ଭଣ୍ଡାର ଖୋଲିଦେଇଛନ୍ତି ନୀତୀଶ ।

nitish kumar

nitish kumar Photograph: (KANAK NEWS)

କନକ ବ୍ୟୁରୋ: ମାଗଣା ଯୋଜନା ଭରସାରେ ନୀତୀଶ । ଗତ ଦୁଇ ଦଶନ୍ଧି ଧରି ବିହାରର ସତ୍ତା ନିଜ ପାଖରେ ରଖିଥିବା ନୀତୀଶଙ୍କୁ ଶେଷରେ ଏଥର ନିର୍ବାଚନ ଜିତିବାକୁ, ମାଗଣା ଯୋଜନାର ସାହାରା ନେବାକୁ ପଡ଼ିଛି । ଲଗାତାର ୫ମ ଥର ପାଇଁ ମୁଖ୍ୟମନ୍ତ୍ରୀ ହେବାକୁ ସ୍ୱପ୍ନ ଦେଖୁଥିବା ନୀତୀଶ ଶେଷରେ କେଜ୍ରିଓ୍ୱାଲଙ୍କ ‘ମାଗଣା ମଡେଲ’ ଉପରେ ଭରସା କରିବା ସହିତ ବିହାରର ଭୋଟରଙ୍କ ପାଇଁ ଖୋଲିଦେଇଛନ୍ତି ଭଣ୍ଡାର । ମହିଳାଙ୍କ ପେନସନ୍ ବୃଦ୍ଧି ସହିତ ଯୁବକଙ୍କ ପାଇଁ ଏକ କୋଟିର ଚାକିରି ଦେବାର ଲୋଭନୀୟ ପ୍ରତିଶ୍ରୁତି ପରେ ଏବେ ବିହାରବାସୀଙ୍କୁ ୧୨୫ ୟୁନିଟ୍ ମାଗଣା ବିଜୁଳି ଦେବାକୁ ଘୋଷଣା କରିଛନ୍ତି ନୀତୀଶ । 

ଆଉ ମାତ୍ର କିଛି ମାସ ପରେ ବିହାରରେ ନିର୍ବାଚନ ହେବାକୁ ଯାଉଛି । ଆଉ ଏଥର ଯେନତେନ ପ୍ରକାରେ ବିହାରର ସତ୍ତା ନିଜ ପାଖରେ ରଖିବାକୁ ଚାହୁଛନ୍ତି ନୀତୀଶ । ଖାସ୍ କରି ବିହାରରେ ବିଜେପି ସତ୍ତାରୁ ବେଦଖଲ ହେବାକୁ ଚାହୁନି । ତେଣୁ ଏପରି ସମୟରେ ବିହାର ଭୋଟରଙ୍କ ପାଇଁ ଭଣ୍ଡାର ଖୋଲିଦେଇଛନ୍ତି ନୀତୀଶ ।

ନୀତୀଶ ଗୁରୁବାର ଟୁଇଟ୍ କରି ମାଗଣା ବିଜୁଳି ଦେବା ସମ୍ପର୍କରେ ଘୋଷଣା କରିଥିଲେ । କହିଥିଲେ, ଆସନ୍ତା ଅଗଷ୍ଟ ୧ ତାରିଖରୁ ଘରୋଇ ଉପଭୋକ୍ତାଙ୍କୁ ୧୨୫ ୟୁନିଟ୍ ପର୍ଯ୍ୟନ୍ତ ବିଜୁଳି ମାଗଣାରେ ଯୋଗାଇ ଦିଆଯିବ । ଯାହାଫଳରେ କି ରାଜ୍ୟର ୧ କୋଟି ୬୭ ଲକ୍ଷ ପରିବାରକୁ ଲାଭ ମିଳିବ । ହେଲେ ବିହାରରେ ଆଗକୁ ନିର୍ବାଚନ ହେବାକୁ ଥିବାରୁ, ନୀତୀଶଙ୍କ ଏହି ଘୋଷଣାକୁ ନେଇ ରାଜନୀତି ତେଜିବାରେ ଲାଗିଛି । ଖାସ୍ କରି ବିରୋଧୀ ଏ ସମ୍ପର୍କରେ ନୀତୀଶଙ୍କ ଉପରେ ଆଟାକ୍ କରିଛନ୍ତି । ଅନ୍ୟପଟେ ଏନଡିଏ ମେଣ୍ଟ କିନ୍ତୁ ଏହାର ଫାଇଦା ନେଇ ଭୋଟରଙ୍କୁ ନିଜ ସପକ୍ଷରେ ନେବାକୁ ଚେଷ୍ଟା ଚଳାଇଛି । 

ମାଗଣା ବିଜୁଳି ଘୋଷଣା ନିର୍ବାଚନ ପୂର୍ବରୁ ନୀତୀଶଙ୍କର ଏକ ବଡ଼ ଘୋଷଣା ବୋଲି କୁହାଯାଉଛି । ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଏହାପୂର୍ବରୁ ମହିଳାଙ୍କ ପେନସନ ରାଶି ବୃଦ୍ଧି କରିବାକୁ ଘୋଷଣା କରିଥିଲେ । ଏବେ ଯାଏଁ ବିହାରର ବୃଦ୍ଧ, ଦିବ୍ୟାଙ୍ଗ ଏବଂ ବିଧବା ମହିଳାଙ୍କୁ ମାସିକ ୪ ଶହ ଟଙ୍କା ପେନସନ୍ ମିଳୁଥିଲା, ହେଲେ ଏବେ ଏହାକୁ ମାସିକ ୧୧ ଶହ ଟଙ୍କା କରିବାକୁ ନୀତୀଶ ଘୋଷଣା କରିଛନ୍ତି । ଏହାସହ ସତ୍ତାକୁ ଆସିଲେ ବିହାରର ଯୁବକମାନଙ୍କୁ ଚାକିରି ଦେବାକୁ ପ୍ରତିଶ୍ରୁତି ଦେଇଛନ୍ତି ନୀତୀଶ । ଯାହା ଫଳରେ କି, ନୀତୀଶ ଗୋଟିଏ ବଡ଼ ଭୋଟ୍ ବ୍ୟାଙ୍କକୁ ନିଜ ସପକ୍ଷରେ ନେବାକୁ ସଫଳ ହେଇପାରିବେ ।

ମାଗଣା ଯୋଜନାକୁ ନେଇ ସୁପ୍ରିମକୋର୍ଟ କ୍ଷୁବ୍ଧ

ଏହାପୂର୍ବରୁ ବିଭିନ୍ନ ରାଜନୈତିକ ଦଳର ମାଗଣା ଯୋଜନା ଘୋଷଣା ନେଇ କ୍ଷୁବ୍ଧ ହୋଇଥିଲେ ସୁପ୍ରିମକୋର୍ଟ । ମାଗଣାରେ ଟଙ୍କା ବାଣ୍ଟିବା ପରମ୍ପରା ବଢ଼ିଗଲାଣି । ଏଭଳି ମାଳ ମାଳ ମାଗଣା ଯୋଜନା ପ୍ରାୟ ସବୁ ରାଜ୍ୟରେ ବଢ଼ିଚାଲିଛି ବୋଲି ସେତେବେଳେ କହିଥିଲେ ସୁପ୍ରିମକୋର୍ଟ । ଏପରିକି ଜିଲ୍ଲା କୋର୍ଟର ଜଜଙ୍କ ଦରମା ଏବଂ ପେନସନ୍ ନେଇ ସରକାରଙ୍କ ମନୋଭାବ ସୁପ୍ରିମକୋର୍ଟଙ୍କୁ ସେତେବେଳେ ନିରାଶ କରିଥିଲା ବୋଲି ସର୍ବୋଚ୍ଚ ଅଦାଲତ କହିଥିଲେ । ଏହାସହ ନିର୍ବାଚନ କମିସନ ମଧ୍ୟ ମାଗଣା ଯୋଜନା ନେଇ ପ୍ରଶ୍ନ ଉଠାଇବା ସହିତ, ମାଗଣା ଯୋଜନା ପାଇଁ କେତେ ଟଙ୍କା ଖର୍ଚ୍ଚ କରାଯିବ, ଏହା କେଉଁଠୁ ଆସିବ ଏବଂ ଏହାଦ୍ୱାରା କେଉଁ ବର୍ଗର ଲୋକ ଲାଭବାନ ହେବେ, ଏହାର ତଥ୍ୟ ଦେବାକୁ କହିଥିଲେ । ଯାହାକୁ ନେଇ ସେ ସମୟରେ ରାଜନୀତି ମଧ୍ୟ ଜୋର ଧରିଥିଲା ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe