+୨ ପିଲାଙ୍କୁ ଦିଆଯିବ ମାଗଣା କୋଚିଂ । କେତେ ସଫଳ ହେବ ଅନଲାଇନ ପ୍ରସ୍ତୁତି !

Advertisment

ପ୍ରଥମେ ନିଟ୍- ୟୁଜି ,ଜେଇଇ ପାଇଁ ପିଲାଙ୍କୁ ମାଗଣା କୋଚିଂ ଦେଉଥିଲେ ରାଜ୍ୟ ସରକାର । କିନ୍ତୁ ଏବେ ଅନ୍ୟ ପ୍ରତିଯୋଗିତାମୂଳକ ପରୀକ୍ଷା ପାଇଁ ପିଲାଙ୍କୁ ଦିଆଯିବ ମାଗଣା କୋଚିଂ ।

ପ୍ରଥମେ ନିଟ୍- ୟୁଜି ,ଜେଇଇ ପାଇଁ ପିଲାଙ୍କୁ ମାଗଣା କୋଚିଂ ଦେଉଥିଲେ ରାଜ୍ୟ ସରକାର । କିନ୍ତୁ ଏବେ ଅନ୍ୟ ପ୍ରତିଯୋଗିତାମୂଳକ ପରୀକ୍ଷା ପାଇଁ ପିଲାଙ୍କୁ ଦିଆଯିବ ମାଗଣା କୋଚିଂ ।

Free coaching for +2 children

କନକ ବ୍ୟୁରୋ: ପ୍ରଥମେ ନିଟ୍- ୟୁଜି ,ଜେଇଇ ପାଇଁ ପିଲାଙ୍କୁ ମାଗଣା କୋଚିଂ ଦେଉଥିଲେ ରାଜ୍ୟ ସରକାର । କିନ୍ତୁ ଏବେ ଅନ୍ୟ ପ୍ରତିଯୋଗିତାମୂଳକ ପରୀକ୍ଷା ପାଇଁ ପିଲାଙ୍କୁ ଦିଆଯିବ ମାଗଣା କୋଚିଂ ।

  • +୨ ପିଲାଙ୍କୁ ଦିଆଯିବ ମାଗଣା କୋଚିଂ  
  • କେତେ ସଫଳ ହେବ ଅନଲାଇନ ପ୍ରସ୍ତୁତି !

ପୂର୍ବରୁ ବିଜ୍ଞାନ ଛାତ୍ରଛାତ୍ରୀଙ୍କ ପାଇଁ ଏହି ସୁବିଧା ରହିଥିବା ବେଳେ ଏବେ କଳା, ବାଣିଜ୍ୟ, ଧନ୍ଦାମୂଳକ ଶିକ୍ଷା ଛାତ୍ରଛାତ୍ରୀମାନଙ୍କୁ ଦିଆଯିବ। ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ ପକ୍ଷରୁ ରାଜ୍ୟର ସରକାରୀ ଓ ବେସରକାରୀ ଅନୁଦାନପ୍ରାପ୍ତ କଲେଜର ପିଲା ଏହି ସୁବିଧା ପାଇପାରିବେ। ଆସନ୍ତା ୧୨ ତାରିଖରେ ଓରିଏଣ୍ଟେସନ ଏବଂ ୧୭ରୁ ଅନଲାଇନ ପାଠପଢ଼ା ଆରମ୍ଭ ହେବ। ଏଥିପାଇଁ କଲେଜଗୁଡ଼ିକ ନିଜ ସ୍ମାର୍ଟ କ୍ଲାସରୁମଗୁଡ଼ିକୁ ପ୍ରସ୍ତୁତ ରଖିବାକୁ  ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ ପକ୍ଷରୁ କୁହାଯାଇଛିା। ଏବେ ସୁଦ୍ଧା ୭୦ ହଜାରରୁ ଅଧିକ ପିଲା ଏଥିପାଇଁ ଇଛୁକ ଥିବା ବିଭାଗ ପକ୍ଷରୁ କୁହାଯାଇଛି । 

ପୂର୍ବରୁ ନିଟ୍- ୟୁଜି, ଜେଇଇ ପାଇଁ ପୂର୍ବ ସରକାର ଏହିଭଳି ମାଗଣା କୋଚିଂର ବ୍ୟବସ୍ଥା କରିଥିଲେ। +୨ ବିଜ୍ଞାନ ରଖି ପାଠ ପଢ଼ିଥିବା ଛାତ୍ରଛାତ୍ରୀ ଏହି କୋଚିଂରୁ ସୁବିଧା ପାଇଥିଲେ। ହେଲେ, ଏହି ଯୋଜନା କେତେ ସଫଳ ତାର କୌଣସି ସଠିକ ତଥ୍ୟ ନାହିଁ । କିନ୍ତୁ, ୧୦୦ ରୁ ମାତ୍ର ୩୦ ପ୍ରତିଶତ ହିଁ ସଫଳ ହୋଇଥାଏ ବୋଲି କହିଛନ୍ତି ବିଜେବି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଅଧ୍ୟକ୍ଷ। 

ବିଶେଷତଃ ଉପାନ୍ତ ଅଞ୍ଚଳର ଛାତ୍ରଛାତ୍ରୀଙ୍କୁ ଲକ୍ଷ୍ୟ ରଖି ଏହା କରାଯାଇଥଲେ। କିନ୍ତୁ ଅନେକ ସ୍ଥାନରେ ନେଟୱାର୍କ ଠିକ୍ ନଥିବାବେଳେ, ଅନଲାଇନ ମାଧ୍ୟମରେ ପାଠପଢ଼ା ଦ୍ୱାରା କେମିତି ଲକ୍ଷ୍ୟ ସାଧନ କରିପାରିବ, ସେ ନେଇ ପ୍ରଶ୍ନ ଉଠିଛି । ତେବେ ପିଲାଙ୍କୁ ଆଗାମୀ ଭବିଷ୍ୟତରେ ପ୍ରତିଯୋଗିତାମୂଳକ ପରିକ୍ଷା ପାଇଁ ପ୍ରସ୍ତୁତି ତୃଣମୂଳସ୍ତରରେ କେତେ ସଫଳ ହେଉଛି ତାହା ଆଗାମୀ ଦିନରେ ସ୍ପଷ୍ଟ ହେବ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe