କନକ ବ୍ୟୁରୋ: ପୁଣି ବଢିଲା ଆଧାର କାର୍ଡ ଅପଡେଟ୍‌ କରିବାର ସମୟସୀମା । ଆଉ ଏହି ତାରିଖ ହେବ ଶେଷ ତାରିଖ । ଯଦି ଆପଣଙ୍କୁ ବିନା  ଶୁଳ୍କରେ ଆଧାର ଅପଡେଟ୍‌ କରିବାର ଅଛି ତେବେ ଆପଣଙ୍କ ହାତରେ ଏକ ବର୍ଷ ସମୟ ଅଛି । ଏହା ପରେ ଆଧାର ଅପଡେଟ୍‌  କରିଲେ ଟଙ୍କା ଦେବାକୁ ପଡିବ ।

Advertisment

ଏହି ସୂଚନା ଦେଇଛି UIDAI  ।  UIDAI କହିଛି ଲକ୍ଷ ଲକ୍ଷ ଆଧାରଧାରୀଙ୍କ ପାଇଁ ଏହି ସୁବିଧା ଆଗକୁ ବଢାଇଦିଆଯାଇଛି । ବର୍ତ୍ତମାନ ଆଧାର ଅପଡେଟ୍‌ର ସମୟସୀମା ୧୪ ଜୁନ୍‌ ୨୦୨୬ ପର୍ଯ୍ୟନ୍ତ  ବଢାଇଦିଆଯାଇଛି । ଏହା ସମ୍ପୂର୍ଣ୍ଣ ଫ୍ରିରେ  ଅପଡେଟ୍‌ କରିପାରିବେ । ପୂର୍ବରୁ ଏହି ତାରିଖ  ୧୪ ଜୁନ୍‌ ୨୦୨୫ ଅର୍ଥାତ୍‌ ଆଜି ଯାଏ ଥିଲା ।   

ଫ୍ରୀରେ  କରିବେ  ଆଧାର ଅପଡେଟ୍‌ ?

ମାଗଣା ଆଧାର ଅପଡେଟ୍ ସୁବିଧା କେବଳ myAadhaar ପୋର୍ଟାଲରେ ଉପଲବ୍ଧ । ଜନସଂଖ୍ୟାଗତ ସୂଚନାକୁ ଅନଲାଇନ୍ ପୋର୍ଟାଲ୍ ମାଧ୍ୟମରେ ଅପଡେଟ୍ କରାଯାଇପାରିବେ । 
ସିଏସସି  ସେଣ୍ଟରରେ ହେବ ଆଧାର ଅପଡେଟ୍‌ 

ଆଧାର ଅପଡେଟ୍‌ କରିବା ପାଇଁ  ଠିକଣା ପ୍ରମାଣପତ୍ର  ଏବଂ ପରିଚୟପତ୍ର  ଅପଲୋଡ୍‌ କରିବାକୁ ପଡିବ । ତେଣୁ, UIDAI ସ୍ପଷ୍ଟ କରିଛି ଯେ ଆଧାର ଅନଲାଇନରେ ଅପଡେଟ୍ କରିବା  ଆଗାମୀ ଗୋଟିଏ ବର୍ଷ ପାଇଁ ମାଗଣା ହେବ, କିନ୍ତୁ ଅନଲାଇନ୍ ଅପଡେଟରେ କେବଳ ସୀମିତ ସୁବିଧା ଉପଲବ୍ଧ ହେବ ।