ନିଜକୁ ଏନଏସଜି କମାଣ୍ଡୋର ପରିଚୟ ଦେଇ ଠକୁଥିଲା: ୟୁପିଆଇ ଜରିଆରେ ଚଳାଇଥିଲା ଫ୍ରଡ୍

ନାମୀଦାମୀ ହୋଟେଲରେ ରହୁଥିଲେ । ବ୍ରାଣ୍ଡେଡ୍ ଜିନିଷ ପ୍ରତି ସଉକ ବି ଥିଲା । କିନ୍ତୁ କାମ ଥିଲା ଠକେଇ । ତା’ ପୁଣି ୟୁପିଆଇ ଜରିଆରେ ଟଙ୍କା ଫ୍ରଡ କରି ଠକୁଥିଲା । ଏଭଳି ଏକ ଠକକୁ ଗିରଫ କରିଛି ରାଉରକେଲା ଉଦିତ ନଗର ଥାନା ପୁଲିସ ।

6

Photograph: (kanak news)

କନକ ବ୍ୟୁରୋ: ନିଜକୁ ଏନଏସଜି କମାଣ୍ଡର ପରିଚୟ ଦେଉଥିଲେ । ନାମୀଦାମୀ ହୋଟେଲରେ ରହୁଥିଲେ । ବ୍ରାଣ୍ଡେଡ୍ ଜିନିଷ ପ୍ରତି ସଉକ ବି ଥିଲା । କିନ୍ତୁ କାମ ଥିଲା ଠକେଇ । ତା’ ପୁଣି ୟୁପିଆଇ ଜରିଆରେ ଟଙ୍କା ଫ୍ରଡ କରି ଠକୁଥିଲା । ଏଭଳି ଏକ ଠକକୁ ଗିରଫ କରିଛି ରାଉରକେଲା ଉଦିତ ନଗର ଥାନା ପୁଲିସ । ବିଶାଖାପାଟଣାର ପି. ସୁଧୀର ନାମକ ଏକ ଯୁବକକୁ ରାଉରକେଲାର ଏକ ନାମୀ ହୋଟେଲରୁ ଗିରଫ କରିଛି ପୁଲିସ । ଠକ ଯୁବକ ନିକଟରୁ ନାମି ଦାମୀ ଘଣ୍ଟା, ଜୋତା, ଚଷମା, ଏଟିଏମ୍ କାର୍ଡ, ବିଭିନ୍ନ ଟ୍ରେନ୍ ଟିକେଟ ଜବତ୍ କରିଛି ପୁଲିସ । ଘଟଣାରେ ଯୁବକଙ୍କୁ ଗିରଫ ପରେ କୋର୍ଟ ଚାଲାଣ କରିଛି ପୁଲିସ । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe