କନକ ବ୍ୟୁରୋ: ନିଜକୁ ଏନଏସଜି କମାଣ୍ଡର ପରିଚୟ ଦେଉଥିଲେ । ନାମୀଦାମୀ ହୋଟେଲରେ ରହୁଥିଲେ । ବ୍ରାଣ୍ଡେଡ୍ ଜିନିଷ ପ୍ରତି ସଉକ ବି ଥିଲା । କିନ୍ତୁ କାମ ଥିଲା ଠକେଇ । ତା’ ପୁଣି ୟୁପିଆଇ ଜରିଆରେ ଟଙ୍କା ଫ୍ରଡ କରି ଠକୁଥିଲା । ଏଭଳି ଏକ ଠକକୁ ଗିରଫ କରିଛି ରାଉରକେଲା ଉଦିତ ନଗର ଥାନା ପୁଲିସ । ବିଶାଖାପାଟଣାର ପି. ସୁଧୀର ନାମକ ଏକ ଯୁବକକୁ ରାଉରକେଲାର ଏକ ନାମୀ ହୋଟେଲରୁ ଗିରଫ କରିଛି ପୁଲିସ । ଠକ ଯୁବକ ନିକଟରୁ ନାମି ଦାମୀ ଘଣ୍ଟା, ଜୋତା, ଚଷମା, ଏଟିଏମ୍ କାର୍ଡ, ବିଭିନ୍ନ ଟ୍ରେନ୍ ଟିକେଟ ଜବତ୍ କରିଛି ପୁଲିସ । ଘଟଣାରେ ଯୁବକଙ୍କୁ ଗିରଫ ପରେ କୋର୍ଟ ଚାଲାଣ କରିଛି ପୁଲିସ । 

Advertisment