କନକ ବ୍ୟୁରୋ: ନିଜକୁ ଏନଏସଜି କମାଣ୍ଡର ପରିଚୟ ଦେଉଥିଲେ । ନାମୀଦାମୀ ହୋଟେଲରେ ରହୁଥିଲେ । ବ୍ରାଣ୍ଡେଡ୍ ଜିନିଷ ପ୍ରତି ସଉକ ବି ଥିଲା । କିନ୍ତୁ କାମ ଥିଲା ଠକେଇ । ତା’ ପୁଣି ୟୁପିଆଇ ଜରିଆରେ ଟଙ୍କା ଫ୍ରଡ କରି ଠକୁଥିଲା । ଏଭଳି ଏକ ଠକକୁ ଗିରଫ କରିଛି ରାଉରକେଲା ଉଦିତ ନଗର ଥାନା ପୁଲିସ । ବିଶାଖାପାଟଣାର ପି. ସୁଧୀର ନାମକ ଏକ ଯୁବକକୁ ରାଉରକେଲାର ଏକ ନାମୀ ହୋଟେଲରୁ ଗିରଫ କରିଛି ପୁଲିସ । ଠକ ଯୁବକ ନିକଟରୁ ନାମି ଦାମୀ ଘଣ୍ଟା, ଜୋତା, ଚଷମା, ଏଟିଏମ୍ କାର୍ଡ, ବିଭିନ୍ନ ଟ୍ରେନ୍ ଟିକେଟ ଜବତ୍ କରିଛି ପୁଲିସ । ଘଟଣାରେ ଯୁବକଙ୍କୁ ଗିରଫ ପରେ କୋର୍ଟ ଚାଲାଣ କରିଛି ପୁଲିସ ।
ନିଜକୁ ଏନଏସଜି କମାଣ୍ଡୋର ପରିଚୟ ଦେଇ ଠକୁଥିଲା: ୟୁପିଆଇ ଜରିଆରେ ଚଳାଇଥିଲା ଫ୍ରଡ୍
ନାମୀଦାମୀ ହୋଟେଲରେ ରହୁଥିଲେ । ବ୍ରାଣ୍ଡେଡ୍ ଜିନିଷ ପ୍ରତି ସଉକ ବି ଥିଲା । କିନ୍ତୁ କାମ ଥିଲା ଠକେଇ । ତା’ ପୁଣି ୟୁପିଆଇ ଜରିଆରେ ଟଙ୍କା ଫ୍ରଡ କରି ଠକୁଥିଲା । ଏଭଳି ଏକ ଠକକୁ ଗିରଫ କରିଛି ରାଉରକେଲା ଉଦିତ ନଗର ଥାନା ପୁଲିସ ।
/kanak/media/media_files/2025/10/07/6-2025-10-07-17-50-15.jpg)
Advertisment
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/12/27/2025-12-27t123421491z-506359015_3114607832035873_6253119802954867050_n-2025-12-27-18-04-21.jpg)