କନକ ବ୍ୟୁରୋ: ସାବଧାନ ! ଆଦିବାସୀ ପଡା ଗାଁରେ ବୁଲୁଛନ୍ତି ଶ୍ରମିକ ବୀମା କାର୍ଡ ଠକ । ମାଲକାନଗିରି ମାଥିଲି ସଦର ଠାରୁ ମାତ୍ର ୧ କିଲୋମିଟର ଦୂରରେ ଥିବା କୋଷାବାହାଲରେ ବେଧଡକ ଭାବେ ଚାଲିଛି ଅର୍ଥ ଆଦାୟ । ମୁଣ୍ତ ପିଛା ୧ହଜାର ଟଙ୍କା ଆଦାୟ କରି ନିରୀହ ଆଦିବାସୀଙ୍କୁ ଠକୁଛି ଠକ । ବୀମା କାର୍ଡ ମିଳିବା ଆଶାରେ ଆଦିବାସୀ ପଡା ଗାଁ ଗଣ୍ତାରେ ଟଙ୍କା ଦେଉଥିବା ଦେଖିବାକୁ ମିଳୁଛି । ତେବେ ଏଥିରେ ଜିଲ୍ଲା ଶ୍ରମିକ କାର୍ଯ୍ୟାଳୟର ନାଁ କହି ଠକମାନେ ଗାଁକୁ ଗାଁ ଯାଇ ଟଙ୍କା ଆଦାୟ କରୁଛନ୍ତି । ତେବେ ଏନେଇ ଅତିରିକ୍ତ ଜିଲ୍ଲା ଶ୍ରମିକ ଅଧିକାରୀ ପୂର୍ଣ୍ଣିମା ଡୁରୁକା କହିଛନ୍ତି, ସେମିତି କିଛି ଶ୍ରମିକ କାର୍ଡ ପାଇଁ ଅର୍ଥ ଦେବାକୁ ପଡେନାହିଁ । ଦଲାଲମାନେ ଏହାର ଫାଇଦା ନେଇ ଅର୍ଥ ଆଦାୟ କରୁଥିବା ବେଳେ ଏଥିରେ ସଚେତନ ହେବାକୁ କହିଛନ୍ତି ।