ବିଦେଶରେ ଚାକିରି କରାଇଦେବା ନାଁରେ ଠକେଇ : ୨୫ ଯୁବକଙ୍କଠାରୁ ୨୭ ଲକ୍ଷ ଟଙ୍କା ଠକେଇ

Advertisment

ବିଦେଶରେ ଚାକିରି କରାଇଦେବା ନାଁରେ ଠକେଇ । ୨୫ ଯୁବକଙ୍କ ଠାରୁ ୨୭ ଲକ୍ଷ ଟଙ୍କା ଲୁଟି ନେଇଥିବା ଅଭିଯୋଗରେ ଜଣେ  ।  ୨ ବର୍ଷ ତଳେ ଅଭିଯୋଗ ହୋଇଥିବାବେଳେ, ଏବେ ଠକକୁ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ ।

ବିଦେଶରେ ଚାକିରି କରାଇଦେବା ନାଁରେ ଠକେଇ । ୨୫ ଯୁବକଙ୍କ ଠାରୁ ୨୭ ଲକ୍ଷ ଟଙ୍କା ଲୁଟି ନେଇଥିବା ଅଭିଯୋଗରେ ଜଣେ  ।  ୨ ବର୍ଷ ତଳେ ଅଭିଯୋଗ ହୋଇଥିବାବେଳେ, ଏବେ ଠକକୁ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ ।

job 1

job 1 Photograph: (KanakNews )

କନକବ୍ୟୁରୋ : ବିଦେଶରେ ଚାକିରି କରାଇଦେବା ନାଁରେ ଠକେଇ । ୨୫ ଯୁବକଙ୍କ ଠାରୁ ୨୭ ଲକ୍ଷ ଟଙ୍କା ଲୁଟି ନେଇଥିବା ଅଭିଯୋଗରେ ଜଣେ  ।  ୨ ବର୍ଷ ତଳେ ଅଭିଯୋଗ ହୋଇଥିବାବେଳେ, ଏବେ ଠକକୁ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ ।

ସୂଚନା ଅନୁସାରେ, କେନ୍ଦ୍ରାପଡ଼ା ଆଳି, ବେଲସରପୁର ଗାଁର ଅମୂଲ୍ୟ ମଲିକ, ୨୫ ଜଣ ଯୁବକଙ୍କଠାରୁ ୨୭ ଲକ୍ଷରୁ ଅଧିକ ଟଙ୍କା ଠକି ନେଇଥିବା ଦୁଇବର୍ଷ ତଳେ ଆଳି ଥାନା ଅଭିଯୋଗ ହୋଇଥିଲା । ଭଦ୍ରକ ଓ କେନ୍ଦ୍ରାପଡ଼ା ଜିଲ୍ଲାର ୨୫ଜଣ ବେକାର ଯୁବକଙ୍କୁ ବିଦେଶରେ କରାଇଦେବା କହି ଲକ୍ଷ ଲକ୍ଷ ଟଙ୍କା ଠକି ନେଇଥିବା ୨୦୨୨ ଅକ୍ଟୋବର ୨୭ତାରିଖ ଆଳି ଥାନାରେ ଅଭିଯୋଗ ହୋଇଥିଲା । 

ଅଭିଯୁକ୍ତ ଅମୂଲ୍ୟ ମଲିକ ବିଦେଶରେ ପାଣି ପାଇପ୍ କାମ କରାଇଦେବା କହି ସମସ୍ତ କାଗଜ ପତ୍ର ଓ ଟଙ୍କା ନେଇଯାଇଥିଲେ। ଗତ ଦୁଇବର୍ଷ ହେବ ଦଲାଲ ଫେରାର ଥିଲା । ଏବେ ଅମୂଲ୍ୟ ମଲିକକୁ ପୁଲିସ ଗିରଫ କରି କୋର୍ଟ ଚାଲାଣ କରିଛି  l 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe