କନକ ବ୍ୟୁରୋ: କଟକରେ ଦୁଷ୍କର୍ମ ପୀଡ଼ିତାଙ୍କୁ ଠକେଇ ଘଟଣା । କଟକ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ଦୁଇ କର୍ମଚାରୀ ଗିରଫ । ଜଣେ ଦୁଷ୍କର୍ମ ପୀଡ଼ିତାଙ୍କୁ ସହାୟତା ରାଶି ଅର୍ଥ କରାଇଦେବାକୁ କହି ୧ ଲକ୍ଷ ଟଙ୍କା ଠକେଇ କରିଥିଲେ । ଏନେଇ ଲାଲବାଗ ଥାନାରେ ଅଭିଯୋଗ କରିଥିଲେ ସମ୍ପୃକ୍ତ ମହିଳା । ଅଭିଯୋଗ ଆଧାରରେ ୨ ଜଣଙ୍କୁ ଗିରଫ କରିଛି ଲାଲବାଗ ଥାନା ପୁଲିସ । ଗିରଫ ଦୁଇ ଜଣଙ୍କ ମଧ୍ୟରେ ଜଣେ ମହିଳା ଓ ଜଣେ ପୁରୁଷ କର୍ମଚାରୀ । ଉଭୟ ଟଙ୍କା ଠକିଥିବା ନେଇ ପୁଲିସ ଆଗରେ ସ୍ବୀକାର ମଧ୍ୟ କରିଛନ୍ତି ।
କଟକରେ ଦୁଷ୍କର୍ମ ପୀଡ଼ିତାଙ୍କୁ ଠକେଇ ଘଟଣା, ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ୨ କର୍ମଚାରୀଙ୍କୁ ଗିରଫ କଲା ଲାଲବାଗ ପୁଲିସ…
/kanak/media/media_files/2025/05/19/B4XaQpZyK3xU7uNDvulb.jpg)