କନକ ବ୍ୟୁରୋ : ପଦାରେ_ପଡ଼ିଲା_SI_ପରୀକ୍ଷାର_ଜାଲିଆତି ! ବ୍ରହ୍ମପୁର ପୁଲିସ ଦ୍ବାରା ଶତାଧିକ SI ପରୀକ୍ଷାର୍ଥୀ ଅଟକ ସୂଚନା । ଆନ୍ଧ୍ରପ୍ରଦେଶ ଶ୍ରୀକାକୁଲମରେ ପୁଲିସ ଧରିଥ‌ିବା ସୂଚନା । SI ପରୀକ୍ଷା ଜାଲିଆତି ପାଇଁ ହାଇଦ୍ରାବାଦ ଯାଉଥ‌ିବା ବେଳେ ଧରାପଡ଼ିଲେ । ଓଡ଼ିଶା ପୁଲିସର ସବ୍‌ ଇନ୍ସପେକ୍ଟର ପଦବୀ ପରୀକ୍ଷା ଜାଲିଆତି ପାଇଁ ଯାଉଥିଲେ । ପରୀକ୍ଷା ଦାୟିତ୍ବ ନେଇଥିବା ସଂସ୍ଥା ଜାଲିଆତି କରିବାକୁ ଏମାନଙ୍କୁ ନେଉଥିବା ସୂଚନା । ଶ୍ରୀକାକୁଲମରେ ଧରାପଡ଼ିବା ପରେ ବ୍ରହ୍ମପୁର ଆଣି ପୋଲିସର ପଚରାଉଚରା । ଓଡ଼ିଶା ପୁଲିସ SI ପଦବୀର ବଡ଼ ଜାଲିଆତି ପଦାରେ ପଡ଼ିଥ‌ିବା ଚର୍ଚ୍ଚା । ୧୨୦ ଜଣ ପରୀକ୍ଷାର୍ଥୀଙ୍କୁ ଗୁଇନ୍ଦା ସୂଚନା ଆଧାରରେ ଧରିଲା ବ୍ରହ୍ମପୁର ପୁଲିସ । 

Advertisment