କନକ ବ୍ୟୁରୋ : ସାମ୍ନାକୁ ଆସୁଛି ତିଗିରିଆର ଭଣ୍ଡବାବା କୈବଲ୍ୟ ଜାନିର କଳା କାରନାମା । କୈବଲ୍ୟର କଳା କାରାନାମା ଉପରୁ ପରଦା ଉଠାଇଛି କନକ ନ୍ୟୁଜ ଟିମ୍ । ଗ୍ରାଉଣ୍ଡ ଜିରୋରେ ପହଞ୍ଚି ବାବାର ଅସଲ ମୁଖା ଖୋଲିଛି କନକ ନ୍ୟୁଜ । କେମିତି ଆଶ୍ରମ ଭିତରେ ଯୌନ କାର୍ୟ୍ୟରେ ଲିପ୍ତ ରହୁଥିଲା ଏହି ବାବା ବେଶଧାରି ଭଣ୍ଡ ତାହାର ପ୍ରମାଣ କ୍ୟାମେରାରେ କଏଦ ହୋଇଛି । ତିଗିରିଆର ଆଶ୍ରମରେ କୌବଲ୍ୟ ଜାନି ଯୌନ ଲାଳସାରେ ଲିପ୍ତ ରହୁଥିଲା । ଏକାଧିକ ଯୁବତୀ, ମହିଳାଙ୍କ ଯୌନ ଶୋଷଣ କରୁଥିଲା । ଆଶ୍ରମ ଭିତରୁ ମିଳିଥିବା ଆପତ୍ତିଜନକ ଔଷଧ, ସିଡ୍ୟୁସ ବେଲଟ୍ ଓ ଫଟୋ କନକ ନ୍ୟୁଜ କ୍ୟାମେରାରେ କଏଦ ହୋଇଛି, ଯାହା ଆଶ୍ରମ ଭିତରର ଅନେକ କଥା ବୟାନ କରିଛି ।
ଆଶ୍ରମ ଭିତରକୁ ଯେତେବେଳେ କନକ ନ୍ୟୁଜ କ୍ୟାମେରା ଯାଇଥିଲା ସେ ସମୟରେ ବେଡରୁମ ଭିତରରେ ଚିତ୍ର ଦେଖିବାକୁ ମିଳିଥିଲା । ଆଉ ଖଟ ସଜା ହୋଇଥିଲା । ସବୁଠାରୁ ବଡ କଥା ହେଲା ଆଶ୍ରମରେ କୌବଲ୍ୟ ଜାନି ସହ ରହୁଥିଲେ ମାତା । କନକ ନ୍ୟୁଜ ଟିମ ଯେତେବେଳେ ଏହି ଆଶ୍ରମ ଭିତରକୁ ଯାଇଥିଲା ସେତେବେଳେ ଏହି ମାତା ବାବାଙ୍କ ସପକ୍ଷରେ ବାହାରିଥିଲେ । ବାବାଙ୍କ ଏତେ କେଳେଙ୍କାରୀ ସାମ୍ନାକୁ ଆସିବା ପରେ ବି କ୍ୟାମେରା ଆଗରେ କହିଥିଲେ ସବୁ ତାଙ୍କ ବିରୋଧରେ ଷଡଯନ୍ତ୍ର ହୋଇଛି ।
କୌବଲ୍ୟ ଜାନିଙ୍କ ନାଁରେ କିଛି ଦିନ ତଳେ ଜଣେ ଯୁବତୀଙ୍କୁ ଅପହରଣ କରିଥିବା ଅଭିଯୋଗ ହୋଇଥିଲା । ଏପରିକି ସଂପୃକ୍ତ ଯୁବତୀଙ୍କ ସହ ଆପତ୍ତିଜନକ ଫଟୋ ବି ଭାଇରାଲ ହୋଇଥିଲା । ଏହାର ତନାଘନା ଜାରି ରହିଥିବାବେଳେ ବାବା ଆଶ୍ରମର କେଳେଙ୍କାରୀ ଏବେ ଧିରେ ଧିରେ ସାମ୍ନାକୁ ଆସିବାରେ ଲାଗିଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/04/05/2025-04-05t104857750z-whatsapp-image-2025-04-05-at-161819.jpeg)
/kanak/media/media_files/sepnLqp7aI7VgyIfyLVP.jpg)