ବିବାହ ନାଁରେ ମହିଳାଙ୍କୁ ଠକେଇ । ଅଭିଯୁକ୍ତକୁ ବାନ୍ଧିଲା ପୋଲିସ ।

Advertisment

ମାଟ୍ରିମୋନିଆଲ ସାଇଟରେ ଏକାଧିକ ମହିଳାଙ୍କୁ ଠକେଇ ଅଭିଯୋଗ । ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଅଞ୍ଚଳର ବିରଞ୍ଚି ନାରାୟଣ ନାଥଙ୍କୁ ଗିରଫ କଲା କ୍ରାଇମବ୍ରାଞ୍ଚ ।

ମାଟ୍ରିମୋନିଆଲ ସାଇଟରେ ଏକାଧିକ ମହିଳାଙ୍କୁ ଠକେଇ ଅଭିଯୋଗ । ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଅଞ୍ଚଳର ବିରଞ୍ଚି ନାରାୟଣ ନାଥଙ୍କୁ ଗିରଫ କଲା କ୍ରାଇମବ୍ରାଞ୍ଚ ।

15ିୁ୍ି

କନକ ବ୍ୟୁରୋ: ମାଟ୍ରିମୋନିଆଲ ସାଇଟରେ ଏକାଧିକ ମହିଳାଙ୍କୁ ଠକେଇ ଅଭିଯୋଗରେ ଜଣେ ଯୁବକ ଗିରଫ । ବିବାହ ନାଁରେ ଠକେଇ ଅଭିଯୋଗରେ ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଅଞ୍ଚଳର ବିରଞ୍ଚି ନାରାୟଣ ନାଥଙ୍କୁ ଗିରଫ କରିଛି କ୍ରାଇମବ୍ରାଞ୍ଚ । ରେଳବାଇ କର୍ମଚାରୀ, ଆଇଟି ଇନ୍ସପେକ୍ଟର ଓ କଷ୍ଟମ ବିଭାଗ ଅଧିକାରୀର ପରିଚୟ ଦେଇ ଦ୍ୱିତୀୟ ବିବାହ ଅପେକ୍ଷାରେ ଥିବା ମହିଳା, ବିଧବା ଓ ବିବାହ ବିଚ୍ଛେଦ ହୋଇଥିବା ମଧ୍ୟବୟସ୍କ ମହିଳାଙ୍କୁ ଟାର୍ଗେଟ କରୁଥିଲେ ଅଭିଯୁକ୍ତ । ବିରଞ୍ଚି ନାରାୟଣ ନାଥଙ୍କୁ ଏକାଧିକ ମହିଳାଙ୍କୁ ଶାରୀରିକ ଏବଂ ଆର୍ଥିକ ଶୋଷଣ ଅଭିଯୋଗରେ ଗିରଫ କରିଛି କ୍ରାଇମବ୍ରାଞ୍ଚ । ମହିଳାଙ୍କୁ ଟାର୍ଗେଟ କରି ସେମାନଙ୍କୁ ମାଟ୍ରିମୋନି ୱେବସାଇଟ ଜରିଆରେ ନିବେଦନ କରୁଥିଲା । ପ୍ରଥମେ ଫୋନରେ ସମ୍ପର୍କ ଗଢିବା ପରେ ଘରକୁ ଯାଉଥିଲା । ସାରା ଜୀବନ ସାଥୀରେ ରହିବାର ପ୍ରତିଶ୍ରୁତି ଦେଉଥିଲା । ମହିଳା ମାନେ ରାଜି ହୋଇଯିବା ପରେ ସେମାନଙ୍କ ସହିତ ଅନ୍ତରଙ୍ଗ ମୁହୂର୍ତ୍ତର ଭିଡିଓ ପ୍ରସ୍ତୁତ କରୁଥିଲା । ଆଉ ସେସବୁ ନେଇ ସେମାନଙ୍କ ନିକଟରୁ ଠକେଇ କରୁଥିଲା । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe