କନକ ବ୍ୟୁରୋ : ରାଜଧାନୀରେ ଘର ଭଡ଼ା ଖୋଜୁଥିଲେ ସାବଧାନ । ଭଡ଼ା ଦେବା ନାଁରେ ଲୋକଙ୍କୁ ଚୁନା ଲଗାଇ ଚମ୍ପଟ ମାରୁଛନ୍ତି ଦଲାଲ । ଘଟଣା ଘଟିଛି ଭୁବେନଶ୍ଵର ମୈତ୍ରୀବିହାର ଥାନା ଅଧିନ ଓଁ ଗାର୍ଡେନରେ । କେଲାନୀରେ ଥିବା ଏକ ଘରକୁ ଦେଖାଇ ଦଲାଲ ମାଲାମାଲ ହୋଇଥିବା ବେଳେ, ଭଡ଼ାଟିଆ କାନ୍ଦୁଛନ୍ତି।
ନିଜ ବାପାଙ୍କ ଘର କହି ଏକ ଥ୍ରୀ ବିଏଚେକ ଘରକୁ ବୁଲି ବୁଲି ଦେଖାଉଛି ଦଲାଲ । ୨୦ ହଜାର ଯାଗାରେ ୧୦ ହଜାର ଟଙ୍କାରେ ଘର ଦେବାର ବିଜ୍ଞାପନ ଲଗାଇ ଲୋକଙ୍କୁ ଘର ଦେଖାଉଛି । ଆଉ ଜଲଦି ଟଙ୍କା ନ ଦେଲେ ଘର ଆଉ କିଏ ନେଇଯିବ ବୋଲି କହି ଡରାଇ ଦିଅନ୍ତି । ଅଗ୍ରିମ ୨ ମାସର ଭଡା ଦେଇ ଘର ବୁକିଂ କରିବ କହି ଟଙ୍କା ନେଇଯାଏ । ଆଉ ଟଙ୍କା ନେଲା ପରେ ଦଲାଲର ଫୋନ ସୁଇଚ ଅଫ୍ । ଏମିତି ହେଉଛି ଟଙ୍କା ଲୁଟ୍ ।
ଯାଜପୁର ଗୋଡ଼ିପାଟଣାର ଶୁଭମ ଶାଶ୍ଵତ । ସଫ୍ଟଓୟାର ଇଂଜିନିୟର ଭାବେ ଭୁବେନଶ୍ଵରେର ରୁହନ୍ତି । ଘର ଭଡା ଖୋଜୁ ଖୋଜୁ ଏହି ଦଲାଲର ଜାଲେର ଫସିଥିଲେ । ସମାନ ଢଙ୍ଗେର ଘର ଦେଖାଇ ଅଗ୍ରିମ ଟଙ୍କା ନେଇ ଦଲାଲ ଛୁ ମାରିଛି । ଏନେଇ ଥାନାରେ ଅଭିଯୋଗ କରି ପୁଲିସ ଭରଷାରେ ରହିଛନ୍ତି ଶୁଭମ । କେବଳ ଶୁଭମ ନୁହଁନ୍ତି ବରଂ ୫ରୁ ଅଧିକ ଲୋକଙ୍କୁ ଏହି ଦଲାଲ ସମାନ ଘର ଦେଖାଇ ଲୁଟି ନେଇଛି ।