କନକ ବ୍ୟୁରୋ: ନେପାଳରେ ଯୁବଗୋଷ୍ଠୀଙ୍କ ବିରୋଧ ଓ ହିଂସା ସେଠିକାର ସରକାର ଭାଙ୍ଗିଦେଇଛି । ଦେଶକୁ ଧ୍ବଂସ ମୁହଁକୁ ଠେଲିଦେଇଛି । ଏବେ ଫ୍ରାନ୍ସରେ ଠିକ ଅନୁରୂପ ଅବସ୍ଥା ଦେଖିବାକୁ ମିଳିଛି । ଫ୍ରାନ୍ସ ସରକାରଙ୍କ ଭ୍ରଷ୍ଟାଚାର ବିରୋଧରେ ରାସ୍ତାକୁ ଓହ୍ଲାଇଛନ୍ତି ଫ୍ରାନ୍ସର ଲକ୍ଷ ଲକ୍ଷ ପ୍ରଦର୍ଶନକାରୀ । ରାସ୍ତାଘାଟ ସବୁଠି ପ୍ରତିବାଦ , ଚିତ୍କାର ଶୁଭୁଛି । ହିଂସା ରୋକିବାକୁ ପ୍ୟାରିସର ଗଳିକନ୍ଦିରେ ପାଖାପାଖି ୮୦ ହଜାର ସୁରକ୍ଷାକର୍ମୀଙ୍କୁ ମୁତୟନ କରାଯାଇଥିବା ସୂଚନା ରହିଛି ।
/filters:format(webp)/kanak/media/media_files/2025/09/10/france-2025-09-10-15-21-24.jpg)
ରାଷ୍ଟ୍ରପତି ଇମାନୁଏଲ ମେକ୍ରୋଙ୍କ ବିରୋଧରେ ଉଠିଛି ବିରୋଧର ସ୍ବର । ଉତ୍ୟକ୍ତ ଜନତା ରାସ୍ତାଘାଟ ସବୁଠି ବିଦ୍ରୋହ କରିବା ସହ ସର୍ବସାଧାରଣ ସ୍ଥାନରେ ଭଙ୍ଗାରୁଜା କରିବା ରୋଡ୍ ଓ ରେଲୱେ ପ୍ଲାଟଫର୍ମ ବନ୍ଦ କରିଛନ୍ତି । ଦେଶରେ ନୂଆ ପ୍ରଧାନମନ୍ତ୍ରୀଙ୍କ ନାଁ ଘୋଷଣା କରାଯିବା ପରେ ଲୋକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି । ୨ଶହରୁ ଅଧିକ ପ୍ରଦର୍ଶନକାରୀଙ୍କୁ ଗିରଫ କରାଯାଇଛି ।ଏହାସହ ବିଦ୍ରାହୀଙ୍କ ଉପରକୁ ଲୁହବୁହା ଗ୍ୟାସ ପ୍ରୟୋଗ କରିଛି ସେନା ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/2025/09/10/fr-3-2025-09-10-15-21-11.jpg)