୪ ବର୍ଷର ଝିଅକୁ ସ୍କୁଲ ଭ୍ୟାନରେ ଦୁଷ୍କର୍ମ ; ଅଭିଯୁକ୍ତ ଡ୍ରାଇଭର ଗିରଫ

ଉତ୍ତରପ୍ରଦେଶ ଲକ୍ଷ୍ନୌରେ ଲଜ୍ଜା । ଏଠାରେ ଏଭଳି ଏକ ଘଟଣା ଘଟିଛି ଯାହା ବାପା, ମାଆଙ୍କ ମନରେ ଡର ସୃଷ୍ଟି କରିଛି । ଏଠାରେ ସ୍କୁଲରୁ ଫେରୁଥିବା ସମୟରେ ୪ ବର୍ଷର ଏକ କୁନି ଝିଅକୁ  ସ୍କୁଲ ଭ୍ୟାନ୍ ଡ୍ରାଇଭର ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି ।

54

କନକ ବ୍ୟୁରୋ: ଉତ୍ତରପ୍ରଦେଶ ଲକ୍ଷ୍ନୌରେ ଲଜ୍ଜା । ଏଠାରେ ଏଭଳି ଏକ ଘଟଣା ଘଟିଛି ଯାହା ବାପା, ମାଆଙ୍କ ମନରେ ଡର ସୃଷ୍ଟି କରିଛି । ଏଠାରେ ସ୍କୁଲରୁ ଫେରୁଥିବା ସମୟରେ ୪ ବର୍ଷର ଏକ କୁନି ଝିଅକୁ  ସ୍କୁଲ ଭ୍ୟାନ୍ ଡ୍ରାଇଭର ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି ।

ଗତ ସୋମବାର ଏଠିକାର ଏକ ନାମୀ ସ୍କୁଲରେ ପଢ଼ୁଥିବା ୪ ବର୍ଷର କୁନି ଝିଅ ସ୍କୁଲରୁ ଫେରୁଥିଲା । ଶେଷ ଠିକଣାରେ ଝିଅକୁ ଛାଡ଼ିବାର ଥିଲା। କୁନ୍ତୁ ଏକୁଟିଆର ସୁଯୋଗ ନେଇ ଖୋଦ୍ ସ୍କୁଲ ଭ୍ୟାନ୍ ଡ୍ରାଇଭରକୁ ଝିଅକୁ ଦୁଷ୍କର୍ମ କରିଥିଲା। ଖାଲି ସେତିକି ନୁହେଁ  ଝିଅ ବିରୋଧ କରିବାରୁ ତାକୁ ମାଡ଼ ମାରିବା ସହ ଡରାଇଥିଲା । ଝିଅ ଘରେ ପହଞ୍ଚି ଇସାରାରେ ମାଆଙ୍କୁ ସବୁ କଥା କହିଥିଲା । ଝିଅର କଥା ଶୁଣିବା ସହ ତା ଦେହରେ ମାଡ଼ ଦାଗ ଦେଖି ଭୟଭୀତ ହୋଇଥିଲେ  । ଝିଅକୁ ଡ୍ରାଇଭର ପାଖକୁ ନେଇ ଯାଇଥିଲେ। ଓଲଟି ଡ୍ରାଇଭର ତାଙ୍କୁ ଧମକ ଦେଇଥିଲା। ଏହାପରେ ଝିଅର ମାଆ ସ୍କୁଲ ଯାଇ କର୍ତ୍ତପକ୍ଷଙ୍କୁ ଜଣାଇଥିଲେ ବି ସେମାନେ ସ୍କୁଲର ସମ୍ମାନର ଦ୍ବାହି ଦେଇ ନୀରବ ରହିଥିଲେ । ଶେଷରେ ଝିଅର ଅଭିଭାବକ ପୁଲିସର ଦ୍ବାରସ୍ଥ ହୋଇଥିଲେ ।

ଅଭିଯୋଗ ପରେ ପୁଲିସ ଘଟଣାର ତଦନ୍ତ କରିବା ସହ ଡ୍ରାଇଭରକୁ ଗିରଫ କରିଛି । ଅଭିଯୁକ୍ତ ଡ୍ରାଇଭରଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ହେବ ବୋଲି କହିଛନ୍ତି ଉତ୍ତରପ୍ରଦେଶର ମନ୍ତ୍ରୀ ସଞ୍ଜୟ ନିଷାଦ  । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe