ବିସ୍ଫୋରଣରେ ଉଡ଼ିଲା ଆଉ ୪ ଆତଙ୍କବାଦୀଙ୍କ ଘର,  ୨ଆତଙ୍କବାଦୀ ସହଯୋଗୀଙ୍କୁ ଉଠାଇ ନେଲା ସେନା

Advertisment

ଏଲଓସିରେ ସାରା ରାତି ଗୁଳିବର୍ଷା । ପାକ୍‌କୁ ପାନେ ଦେବାକୁ ସିନ୍ଧୁ ନଦୀ ପାଣି ଉପରେ ଭାରତର କଟକଣା ।

ଏଲଓସିରେ ସାରା ରାତି ଗୁଳିବର୍ଷା । ପାକ୍‌କୁ ପାନେ ଦେବାକୁ ସିନ୍ଧୁ ନଦୀ ପାଣି ଉପରେ ଭାରତର କଟକଣା ।

ଅଶାନ୍ତ ଏଲଓସି

ଅଶାନ୍ତ ଏଲଓସି Photograph: (kanakNews)

କନକ ବ୍ୟୁରୋ:  ଆଜି ବି ଏଲଓସିରେ ଉତ୍ତେଜନା । ଜାରି ରହିଛି ଗୁଳିମାଡ଼ । ଏଲଓସିରେ ପୁଣି ଅସ୍ତ୍ରବିରତି ଉଲ୍ଲଙ୍ଘନ କରିଛି ପାକିସ୍ତାନ । ସାରା ରାତି ପାକିସ୍ତାନ ଆଉଟପୋଷ୍ଟରୁ ଗୁଳିବର୍ଷା ହୋଇଛି । ଆଉ ଏହାର କଡ଼ା ଜବାବ ଦେଇଛନ୍ତି ଭାରତୀୟ ଯବାନ । ସେପଟେ ମାଟିରେ ମିଶୁଛି ଆତଙ୍କବାଦୀଙ୍କ ଘର । ଆଉ ୪ ଆତଙ୍କବାଦୀଙ୍କ ଘରକୁ ବିସ୍ଫୋରଣରେ ଉଡାଇ ଦିଆଯାଇଛି । ଘାଟୀରେ ସକ୍ରିୟ ୪ ଆତଙ୍କବାଦୀଙ୍କ ଘରକୁ ବିସ୍ଫୋରଣରେ ଉଡାଇ ଦେଇଛନ୍ତି ଭାରତୀୟ ସେନା । ଏହସାନ୍‌ ଅହମ୍ମଦ ଶେଖ୍, ସାହିଦ ଅହମ୍ମଦ ଓ ଜାକିରର ଘରକୁ ମାଟିରେ ମିଶାଇ ଦିଆଯାଇଛି ।

ଜୁନ୍ ୨୦୨୩ରୁ ଲସ୍କରରେ ସକ୍ରିୟ କ୍ୟାଡର ଏହସାନ୍‌ ଅହମ୍ମଦର ଦୁଇ ମହଲା କୋଠା ଭାଙ୍ଗି ଦିଆଯାଇଛି । ସେହିପରି ସାହିଦ ଅହମ୍ମଦ ଦୁଇ ବର୍ଷ ତଳେ ଲସ୍କରରେ ସାମିଲ ହୋଇଥିଲା । ଆଇଇଡି ବିସ୍ଫୋରଣରେ ୪ ଆତଙ୍କବାଦୀଙ୍କ ଘରକୁ ଉଡାଇ ଦିଆଯାଇଛି। ଗତକାଲି ଭାରତୀୟ ସେନା ଦୁଇ ଆତଙ୍କବାଦୀଙ୍କ ଘର ଉଡାଇ ଦେଇଥିବା ବେଳେ ଏବେ ଆଉ ୪ଜଣଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନେଇଛି ସେନା । ସେପଟେ ସେନା ପକ୍ଷରୁ କାଶ୍ମୀରରେ ଘରକୁ ଘର ବୁଲି ସର୍ଚ୍ଚ ଅପରେସନ୍ କରାଯାଉଛି । ଆତଙ୍କବାଦୀ ଲୁଚି ରହିଥିବା ସନ୍ଦେହରେ ତଲାସୀ ଚଳାଇଛି ଭାରତୀୟ ସେନା । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe