ପୀତବାସ ପଣ୍ଡା ହତ୍ୟାକାଣ୍ଡକୁ ୪ ଦିନ ପୁଣିଲାଣି, ହେଲେ ଅଭିଯୁକ୍ତଙ୍କ ମିଳୁନି ଟେର

ଦିନକୁ ଦିନ ଜଟିଳ ହେବାରେ ଲାଗିଛି ମାମଲା । ସିସିଟିଭି, ସିଡିଆରରେ ଅଟକିଛି ପୁଲିସ ।

ଅଭିଯୁକ୍ତଙ୍କ ମିଳୁନି ଟେର

ଅଭିଯୁକ୍ତଙ୍କ ମିଳୁନି ଟେର Photograph: (KanakNews)

କନକ ବ୍ୟୁରୋ;  ପୀତବାସ ପଣ୍ଡା ହତ୍ୟାକାଣ୍ଡକୁ ୪ ଦିନ ପୁଣିଲାଣି । ହେଲେ ଅଭିଯୁକ୍ତଙ୍କ ମିଳୁନି ଟେର । ବାଇକରେ ଆସି ପଏଣ୍ଟ୍ ବ୍ଲାଙ୍କରେ ଗୁଳି କରି ଚମ୍ପଟ ମାରିଲେ ୨ ଦୁର୍ବୃତ୍ତ । କିନ୍ତୁ କେମିତି? ଘଟଣାର ତଦନ୍ତ ଜାରି ଥିବା ବେଳେ, ପାତାଳରେ ଥିଲେ ବି ଅପରାଧୀ ଧରା ହେବେ ବୋଲି ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି ମନ୍ତ୍ରୀ । ହେଲେ ବିଡ଼ମ୍ୱନା, ଏଯାଏଁ ପୁଲିସ ହାତ ଖାଲି ।

ଗୁଳି କରି କୁଆଡ଼େ ଉଭାନ ହୋଇଗଲେ ଅପରାଧୀ? ମାମଲା ଦିନକୁ ଦିନ ଜଟିଳ ହେବାରେ ଲାଗିଛି । ଘଟଣାକୁ ୪ ଦିନ ହେଲାଣି, ପୁଲିସ ସେଇ ସିସିଟିଭି, ସିଡିଆରରେ ଅଟକିଛି । ଏଯାଏଁ ଖୋକା ମିଳିଲା କି ନାହିଁ ପୁଲିସ କହୁନି। ସିଡିଆରରୁ କିଛି ଖିଅ ମିଳୁନି ।  ଦେଶୀ ବନ୍ଧୁକରୁ କିଏ ମାରିଲା ଜଣା ପଡୁନି । ଦୁଇ ଅପରାଧୀ ଆସି ମଝି ରାସ୍ତାରେ ମଣିଷଟାକୁ ମାରି ଦେଇ ଉଭାନ ହେଇଗଲେ ମିଳୁ ନାହାନ୍ତି ।  ଗୋଟିଏ ଟିମ ତଦନ୍ତ ପାଇଁ ଆନ୍ଧ୍ର ଯାଇଥିବା ଜଣା ପଡିଛି।  

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe