କନକ ବ୍ୟୁରୋ; ପୀତବାସ ପଣ୍ଡା ହତ୍ୟାକାଣ୍ଡକୁ ୪ ଦିନ ପୁଣିଲାଣି । ହେଲେ ଅଭିଯୁକ୍ତଙ୍କ ମିଳୁନି ଟେର । ବାଇକରେ ଆସି ପଏଣ୍ଟ୍ ବ୍ଲାଙ୍କରେ ଗୁଳି କରି ଚମ୍ପଟ ମାରିଲେ ୨ ଦୁର୍ବୃତ୍ତ । କିନ୍ତୁ କେମିତି? ଘଟଣାର ତଦନ୍ତ ଜାରି ଥିବା ବେଳେ, ପାତାଳରେ ଥିଲେ ବି ଅପରାଧୀ ଧରା ହେବେ ବୋଲି ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି ମନ୍ତ୍ରୀ । ହେଲେ ବିଡ଼ମ୍ୱନା, ଏଯାଏଁ ପୁଲିସ ହାତ ଖାଲି ।
ଗୁଳି କରି କୁଆଡ଼େ ଉଭାନ ହୋଇଗଲେ ଅପରାଧୀ? ମାମଲା ଦିନକୁ ଦିନ ଜଟିଳ ହେବାରେ ଲାଗିଛି । ଘଟଣାକୁ ୪ ଦିନ ହେଲାଣି, ପୁଲିସ ସେଇ ସିସିଟିଭି, ସିଡିଆରରେ ଅଟକିଛି । ଏଯାଏଁ ଖୋକା ମିଳିଲା କି ନାହିଁ ପୁଲିସ କହୁନି। ସିଡିଆରରୁ କିଛି ଖିଅ ମିଳୁନି । ଦେଶୀ ବନ୍ଧୁକରୁ କିଏ ମାରିଲା ଜଣା ପଡୁନି । ଦୁଇ ଅପରାଧୀ ଆସି ମଝି ରାସ୍ତାରେ ମଣିଷଟାକୁ ମାରି ଦେଇ ଉଭାନ ହେଇଗଲେ ମିଳୁ ନାହାନ୍ତି । ଗୋଟିଏ ଟିମ ତଦନ୍ତ ପାଇଁ ଆନ୍ଧ୍ର ଯାଇଥିବା ଜଣା ପଡିଛି।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/11/27/2024-11-27t060618923z-rrrr.jpg)
/kanak/media/media_files/2025/10/10/pitabash-2025-10-10-07-34-46.jpg)