ପୂଜା ମେଳାରେ ରାମଦୋଳିରୁ ଖସିପଡି ୪ ଆହତ; ୩ଜଣଙ୍କ ଅବସ୍ଥା ଗୁରୁତର

ରାଉରକେଲା ଦୁର୍ଗା ପୂଜା ମେଳାରେ ଅଘଟଣ । ରାମଦୋଳିରୁ ଖସି ପଡ଼ି ଗୋଟିଏ ପରିବାରର ୪ଜଣ ଆହତ । ଆଜିଏଚ ହସ୍ପିଟାଲରେ ଭର୍ତ୍ତି ।

9ramdoli

କନକ ବ୍ୟୁରୋ: ରାଉରକେଲା  ୬ ନମ୍ବର ସେକ୍ଟର ଦୁର୍ଗା ପୂଜା ନିକଟ ମେଳାରେ ଅଘଟଣ। । ରାମଦୋଳିରୁ ଖସି ପଡ଼ି ଗୋଟିଏ ପରିବାର ର ୪ଜଣ ଆହତ । ରାଉରକେଲା ୬ ନମ୍ବର ସେକ୍ଟର ଦୁର୍ଗାପୂଜା ମଣ୍ତପ ନିକଟରେ ଚାଲି ଥିବା ମେଳାରେ ଦୁର୍ଘଟଣା ଘଟି ଗୋଟିଏ ପରିବାରର ୪ ଜଣ ଆହତ ହୋଇଛନ୍ତି । ମେଳାରେ ଲାଗି ଥିବା ରାମ ଦୋଳି ରୁ ଖସି ପଡିବାରୁ ଏହି ଅଘଟଣ ଘଟିଛି । ଆହତ ମାନଙ୍କ ମଧ୍ୟରେ ଜଣେ ମହିଳା ଥିବା ବେଳେ ତାଙ୍କ ଝିଅ ଏବଂ ପୁଅ ଆହତ ହୋଇଛନ୍ତି । ମହିଳାଙ୍କ ସ୍ଵାମୀଙ୍କ ଗୋଡ ଭାଙ୍ଗି ଯାଇଥିବା ବେଳେ ତାଙ୍କ ଝିଅର ମୁଣ୍ଡ ଫାଟି ଯାଇଛି । ତାଙ୍କ ନିଜର ଅଣ୍ଟାରେ ମଧ୍ୟ ଶକ୍ତ ଆଘାତ ଲାଗିଛି । ତାଙ୍କ ନାବାଳକ ପୁଅ ସାମାନ୍ୟ ଆହତ ହୋଇଛନ୍ତି ।
 

୩ ଜଣ ଗୁରୁତରଙ୍କୁ ଚିକିତ୍ସା ପାଇଁ ଆଇଜିଏଚ୍ ରେ ଭର୍ତ୍ତି କରାଯାଇଛି । ଖବର ପାଇ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଆହତଙ୍କୁ ଉଦ୍ଧାର କରିଥିଲେ। କେଉଁ ପରିସ୍ଥିତିରେ ଚାରି ଜଣ ଦୋଳିରୁ ଖସି ପଡ଼ିଲେ ତାର ତଦନ୍ତ ଚାଲିଛି । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe