ଖଣି ଚୋରି ମାମଲା : ୪ ମାଫିଆ ଗିରଫ

ଖଣି ଚୋରି ମାମଲାରେ ହେମଗିରିରୁ ୪ ମାଫିଆ ଗିରଫ ; ୨ ଟ୍ରାକ୍ଯର ସହ ଗୋଟିଏ ବାଇକ ଜବତ । ଖଣି ବିଭାଗ, ପୋଲିସର ତନାଘନା । 

ମାଫିଆ ଗିରଫ

ମାଫିଆ ଗିରଫ Photograph: (କନକ ନ୍ୟୁଜ୍)

କନକ ବ୍ୟୁରୋ: କନକ ନ୍ୟୁଜରେ ଖବର ବାଜିବା ପରେ ଚେତିଛି ଖଣିବିଭାଗ ଓ ପୋଲିସ ପ୍ରଶାସନ । ଖୋଦ୍ ଖଣି ବିଭାଗ ଅଧିକାରୀ ତଥା ଖଣି ବିଭାଗ ନିର୍ଦ୍ଦେଶକ ଓ ଉପନିର୍ଦ୍ଦେଶକ ଖଣି ଅଞ୍ଚଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି । କହିବାକୁ ଗଲେ ଏକରକମ ଆକ୍ସନ ମୋଡକୁ ଆସିଛି ଖଣି ବିଭାଗ । ଆଜି ହେମଗିରି ଖଣି ଅଞ୍ଚଳରୁ ୪ ଜଣ ମାଫିଆଙ୍କୁ ଗିରଫ କରିଛି ହେମଗିରି ପୋଲିସ । ଖଣି ଲୁଟ୍ ନେଇ ହେମଗିରି ଥାନାରେ ମାମଲା ଦାଏର ପରେ କାର୍ଯ୍ୟାନୁଷ୍ଠାନ ହୋଇଥିବା ଜଣାପଡିଛି । 

ହେମଗିରିର ତେଲେନଡିହି, ରତନସରା, ଭୋଗ୍ରାକଚ୍ଛାର ଆଦି ଅଞ୍ଚଳରେ କୋଇଲା ଖଣି ଲୁଟ୍ ଘଟଣାରେ ଆଜି ଭୁବନେଶ୍ବରରୁ ଖଣି ଏବଂ ଭୂତତ୍ତ୍ବ ବିଭାଗର ଏକ ୯ ଜଣିଆ ଟିମ୍ ଆସି ବେଆଇନ କୋଇଲା ଖଣି ଗୁଡ଼ିକ ବୁଲି ଦେଖିବା ସହ ମାପଚୁପ କରିଛନ୍ତି । ଆକଳନ ପରେ ଜଣା ପଡ଼ିବ ପ୍ରକୃତରେ କେତେ କୋଇଲା ଚୋରା ଚାଲାଣ ହୋଇଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Subscribe