କନକ ବ୍ୟୁରୋ: ସାପ କାମୁଡ଼ାରେ ମା’, ପୁଅ ମୃତ । କେନ୍ଦୁଝର ଜିଲ୍ଲା ଘଷିପୁରା ଥାନା ରାଧିକାଦେଇପୁର ଗାଁରେ ମା’- ପୁଅଙ୍କ ମୃତ୍ୟୁ । ଘଷିପୁରାର ଜେମାମଣୀ ଓ ୧୦ବର୍ଷିୟ ପୁଅ ଗଣେଶ ରାତିରେ ଖାଇସାରି ଘରେ ଶୋଇଥିଲେ । ରାତି ୧ଟା ସମୟରେ ଉଭୟ ହଠାତ୍ ଗୁରୁତର ହୋଇପଡିବାରୁ ସ୍ବାମୀ ସୁନିଲ ଉଭୟଙ୍କୁ ନିକଟସ୍ଥ କେଶଦୂରପାଳ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ । ହେଲେ ସେଠାରେ ଅବସ୍ଥା ସଂକଟାପନ୍ନ ହେବାରୁ ଉଭୟଙ୍କୁ ଡାକ୍ତର ଆନନ୍ଦପୁର ଡାକ୍ତରଖାନା ନେବାକୁ ପରାମର୍ଶ ଦେଇଥିଲେ । ହେଲେ ଆମ୍ବୁଲାନ୍ସ ନମିଳିବାରୁ ବିଳମ୍ବରେ ଏକ ପ୍ରାଇଭେଟ୍ କାର ଭଡାକରି ଉଭୟଙ୍କୁ ଆନନ୍ଦପୁର ମେଡିକାଲ ପହଁଞ୍ଚାଇଥିଲେ । ତେବେ ଆନନ୍ଦପୁର ମେଡ଼ିକାଲରେ ପହଁଞ୍ଚିବା ପୂର୍ବରୁ ପୁଅର ମୃତ୍ୟୁ ଘଟିଥିବାବେଳେ ଚିକିତ୍ସାଧିନ ଅବସ୍ଥାରେ ମା’ର ମୃ୍ତ୍ୟୁ ହୋଇଛି ।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
{{#pages}}
{{/pages}}
Follow Us