କନକ ବ୍ୟୁରୋ: ସାପ କାମୁଡ଼ାରେ ମା’, ପୁଅ ମୃତ । କେନ୍ଦୁଝର ଜିଲ୍ଲା ଘଷିପୁରା ଥାନା ରାଧିକାଦେଇପୁର ଗାଁରେ ମା’- ପୁଅଙ୍କ ମୃତ୍ୟୁ । ଘଷିପୁରାର ଜେମାମଣୀ ଓ ୧୦ବର୍ଷିୟ ପୁଅ ଗଣେଶ ରାତିରେ ଖାଇସାରି ଘରେ ଶୋଇଥିଲେ । ରାତି ୧ଟା ସମୟରେ ଉଭୟ ହଠାତ୍ ଗୁରୁତର ହୋଇପଡିବାରୁ ସ୍ବାମୀ ସୁନିଲ ଉଭୟଙ୍କୁ ନିକଟସ୍ଥ କେଶଦୂରପାଳ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ । ହେଲେ ସେଠାରେ ଅବସ୍ଥା ସଂକଟାପନ୍ନ ହେବାରୁ ଉଭୟଙ୍କୁ ଡାକ୍ତର ଆନନ୍ଦପୁର ଡାକ୍ତରଖାନା ନେବାକୁ ପରାମର୍ଶ ଦେଇଥିଲେ । ହେଲେ ଆମ୍ବୁଲାନ୍ସ ନମିଳିବାରୁ ବିଳମ୍ବରେ ଏକ ପ୍ରାଇଭେଟ୍ କାର ଭଡାକରି ଉଭୟଙ୍କୁ ଆନନ୍ଦପୁର ମେଡିକାଲ ପହଁଞ୍ଚାଇଥିଲେ । ତେବେ ଆନନ୍ଦପୁର ମେଡ଼ିକାଲରେ ପହଁଞ୍ଚିବା ପୂର୍ବରୁ ପୁଅର ମୃତ୍ୟୁ ଘଟିଥିବାବେଳେ ଚିକିତ୍ସାଧିନ ଅବସ୍ଥାରେ ମା’ର ମୃ୍ତ୍ୟୁ ହୋଇଛି ।
ସାପ କାମୁଡ଼ାରେ ଗଲା ୪ ଜୀବନ ; ଗାଁରେ ଶୋକାକୁଳ ପରିବେଶ
ସାପ କାମୁଡ଼ାରେ ଚାଲିଗଲା ୪ ଜଣଙ୍କ ଜୀବନ । କେନ୍ଦୁଝର ଘଷିପୁରାରେ ମା’-ପୁଅ ଓ ଗଞ୍ଜାମ ପାତ୍ରପୁରରେ ମାଇଁ- ଭାଣିଜୀଙ୍କ ମୃତ୍ୟୁ । ଗାଁରେ ଶୋକାକୁଳ ପରିବେଶ ।
/kanak/media/media_files/2025/08/14/screen-shot-2025-08-14-08-29-21.png)
Advertisment
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)