କନକ ବ୍ୟୁରୋ: ରେଢାଖୋଲ ନାକଟିଦେଉଳରେ ୩ ହାତୀ ମୃତ୍ୟୁ ଘଟଣା। ଆକ୍ସନ୍ ମୋଡରେ ବନ ବିଭାଗ । ପ୍ରାଥମିକ ରିପୋର୍ଟ ଆସିବା କ୍ଷଣି କାର୍ଯ୍ୟାନୁଷ୍ଠାନ ନେବାକୁ ପ୍ରକ୍ରିୟା ଆରମ୍ଭ ହୋଇଛି । କାର୍ଯ୍ୟରେ ଅବହେଳା ପ୍ରଦର୍ଶନ କରିଥିବା ୪ଜଣଙ୍କୁ ଚିହ୍ନଟ କରାଯିବା ସହ ନିଳମ୍ବନ କରାଯାଇଛି। ତିନିଜଣଙ୍କୁ ଗିରଫ କରାଯାଇଥିବା ବେଳେ ଜଣେ ଫେରାର୍ ଥିବା ଜଣାପଡ଼ିଛି।
ପୁଲିସ ସହାୟତାରେ ବନ ବିଭାଗ ପକ୍ଷରୁ ଅଭିଯୁକ୍ତଙ୍କୁ ଧରିବାକୁ ପ୍ରୟାସ ଜାରି ରହିଛି। ଡିଏଫ୍ଓ ଓ ରେଞ୍ଜ ଅଫିସରଙ୍କ ବିରୋଧରେ କାର୍ୟ୍ୟାନୁଷ୍ଠାନ ନେବାକୁ ବନ ବିଭାଗ ପକ୍ଷରୁ ରାଜ୍ୟ ସରକାରଙ୍କୁ ସୁପାରିଶ କରାଯାଇଛି। ଆଜି ସେମାନଙ୍କ ବିରୋଧରେ ବଡ଼ଧରଣର କାର୍ଯ୍ୟାନୁଷ୍ଠାନ ହୋଇପାରେ। ଆରସିସିଏଫଙ୍କ ତଦନ୍ତ ରିପୋର୍ଟ ଆଧାରରେ କାର୍ଯ୍ୟାନୁଷ୍ଠାନ ହେଉଥିବା ବୋଲି ବନ ବିଭାଗ ପକ୍ଷରୁ ସୂଚନା ମିଳିଛି। ସେପଟେ ୩ଟି ହାତୀ ମୃତ୍ୟୁ ଘଟଣା ନେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଉଦ୍ବେଗ ପ୍ରକାଶ କରିଛନ୍ତି। ବିଦେଶ ଗସ୍ତରେ ଥିଲେ ମଧ୍ୟ ବିଭାଗୀୟ ଅଧିକାରୀମାନଙ୍କ ସହ ଆଲୋଚନା କରିବା ସହ ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ପରାମର୍ଶ ଦେଇଥିବା ଜଣାପଡ଼ିଛି। ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ମଧ୍ୟ ଏଭଳି ଘଟଣାକୁ ନେଇ ଚିନ୍ତାପ୍ରକଟ କରିଥିଲେ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)