କଟକ ବୟାଳିଶି ମୌଜାରୁ ବନ୍ଧୁକ କାରଖାନା ଠାବ ଘଟଣା ; ୪ ଗିରଫ

Advertisment

କଟକ ବୟାଳିଶି ମୌଜାରୁ ବନ୍ଧୁକ କାରଖାନା ଠାବ ଘଟଣାରେ ୪ ଗିରଫ । ସୂଚନା ଦେଲେ ଏସଟିଏଫ୍ ଡିଆଇଜି । ସମସ୍ତ ଅଭିଯୁକ୍ତ ବାହାର ରାଜ୍ୟର । 

କଟକ ବୟାଳିଶି ମୌଜାରୁ ବନ୍ଧୁକ କାରଖାନା ଠାବ ଘଟଣାରେ ୪ ଗିରଫ । ସୂଚନା ଦେଲେ ଏସଟିଏଫ୍ ଡିଆଇଜି । ସମସ୍ତ ଅଭିଯୁକ୍ତ ବାହାର ରାଜ୍ୟର । 

 four Arrest

four Arrest Photograph: (kanakNews)

କନକ ବ୍ୟୁରୋ: କଟକରେ ଠାବ ବନ୍ଧୁକ କାରଖାନାକୁ ନେଇ ଏସଟିଏଫ୍‌ର ସାମ୍ବାଦିକ ସମ୍ମିଳନୀ । ଘଟଣାରେ ଘର ମାଲିକ ସରୋଜ ବେହେରାଙ୍କ ସମେତ ୪ ଜଣଙ୍କୁ ଗିରଫ କରାଯାଇଛି ।  ଏନେଇ ସୂଚନା ଦେଇଛନ୍ତି ଡିଆଇଜି ପିନାକ ମିଶ୍ର ।  ସୂଚନା ମୁତାବକ, ସରୋଜ ଅନ୍ୟ ୪ ଅଭିଯୁକ୍ତଙ୍କୁ କଞ୍ଚାମାଲ ଯୋଗାଉଥିଲେ । ଏହି ଘଟଣାରେ ୪ ବାହାର ଅଭିଯୁକ୍ତଙ୍କ ସଂପୃକ୍ତି ରହିଛି । 

ଏମାନେ ବନ୍ଧୁକ ତିଆରି କରି ବିଭିନ୍ନ ସ୍ଥାନକୁ ସପ୍ଲାଏ କରୁଥିଲେ । ଗତକାଲି କଟକ ବୟାଳିଶି ମୌଜାରୁ ବେଆଇନ ବନ୍ଧୁକ କାରଖାନା ଠାବ କରିଥିଲା କ୍ରାଇମ୍‌ବ୍ରାଞ୍ଚ ଏସ୍‌ଟିଏଫ୍ । ଶହଶହ ବନ୍ଧୁକ ଓ ମାଗାଜିନ୍ ଜବତ ହୋଇଥିଲା । ଜଙ୍ଗଲ ଭିତରେ ନିଛାଟିଆ ଜାଗାରେ ବନ୍ଧୁକ କାରଖାନା ହୋଇଥିଲା। ସ୍ଥାନୀୟ ସରୋଜ ଚନ୍ଦ୍ର ବେହେରାଙ୍କ ଘରେ ଏହି ବେଆଇନ ବନ୍ଧୁକ କାରଖାନା କରାଯାଇଥିଲା। ଦୀର୍ଘଦିନ ହେବ ଏହି ସ୍ଥାନରେ କାରଖାନା ଚାଲି ଆସୁଥିଲା । କୌଣସି ସୂତ୍ରରୁ ଖବର ପାଇ ଗତକାଲି କ୍ରାଇମ୍‌ବ୍ରାଞ୍ଚ ଏସ୍‌ଟିଏଫ୍ ଘଟଣାସ୍ଥଳରେ ଚଢାଉ କରିଥିଲା । ଚଢାଉ ବେଳେ ବିପୁଳ ପରିମାଣର ବନ୍ଧୁକ ସହ ବନ୍ଧୁକ ତିଆରି ସାମଗ୍ରୀ ଜବତ କରାଯାଇଥିଲା । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe