ପାଲଲହଡ଼ାରେ ଫଳକ ରାଜନୀତି; ଫଳକରେ ନାଁ ନାହିଁ ବୋଲି ରାଗିଲେ ବିଜେଡି ନେତା

ପାଲଲହଡ଼ାରେ ଫଳକ ରାଜନୀତି । ଶିଳାନ୍ୟାସ ଉଦଘାଟନ ଫଳକରେ ନାଁ ନଥିବାରୁ ତାତିଲେ ବିଜେଡି ବ୍ଲକ ଅଧ୍ୟକ୍ଷା ଓ ଜିଲ୍ଲା ପରିଷଦ ସଦସ୍ୟ । ବ୍ୟାପକ ଭଙ୍ଗାରୁଜା, ପୁଲିସ ସହ ମୁହାଁମୁହିଁ ।

5sp

କନକ ବ୍ୟୁରୋ: ଶିଳାନ୍ୟାସ ଓ ଉଦଘାଟନ ପୂର୍ବରୁ ଫଳକରେ ନାଁ ନଥିବାରୁ ନିଜ ସମର୍ଥକଙ୍କ ଗହଣରେ ଆସି ୩ଟି ଜାଗାରେ ଫଳକକୁ ଭାଙ୍ଗିଦେଇଛନ୍ତି ବିଜେଡି ସମର୍ଥିତ ବ୍ଲକ ଅଧ୍ୟକ୍ଷା ଓ ଜିଲ୍ଲାପରିଷଦ ସଦସ୍ୟା । ପାଲଲହଡ଼ା ଡାକ୍ତରଖାନା ସମ୍ମୁଖରେ ପୋଲିସ ସହିତ ମୁହାଁମୁହିଁ ପରିସ୍ଥିତି ବି ସୃଷ୍ଟି ହୋଇଛି । ପାଲଲହଡ଼ା ସହରରେ ଗଜଲକ୍ଷ୍ମୀ ପୂଜା ଭସାଣୀ ଉତ୍ସବ ଥିବାବେଳେ ରାଜ୍ୟ ପୟତରାଜ ମନ୍ତ୍ରୀ ରବି ନାରାୟଣ ନାଏକ ଯୋଗଦେବାର ଥିଲା । ଭସାଣୀ ଉତ୍ସବରେ ୩ ଟି କାର୍ଯ୍ୟର ଉଦଘାଟନ ଓ ଗୋଟିଏ କାର୍ଯ୍ୟର ଶିଳାନ୍ୟାସ କାର୍ଯ୍ୟକ୍ରମ ରହିଥିଲା । ଏଥିପାଇଁ ୪ଟି ଜାଗାରେ ବ୍ଲକ ପ୍ରଶାସନ ଓ ପୂର୍ତ୍ତ ବିଭାଗ ପକ୍ଷରୁ ଫଳକ ଲଗାଯାଇଥିଲା । ହେଲେ କୌଣସି ଫଳକରେ ବିଜେଡି ସମର୍ଥିତ ପାଲଲହଡା ବ୍ଲକ ଅଧ୍ୟକ୍ଷା ରୀନାରାଣୀ ନାଏକ, ଜିଲ୍ଲାପରିଷଦ ସଦସ୍ୟା ସାବିତ୍ରୀ ମାଝୀଙ୍କ ନାଁ ନଥିଲା, ଏହାକୁ ନେଇ ସେମାନେ ତାତିଥିଲେ । ଆହାର କେନ୍ଦ୍ର ଶିଳାନ୍ୟାସକୁ ଭାଙ୍ଗିବାକୁ ଯିବା ବେଳେ ପୋଲିସ ଗେଟ୍ ବନ୍ଦ କରି ସେମାନଙ୍କୁ ଯିବାକୁ ଦେଇ ନଥିଲେ। ଫଳରେ ଦୀର୍ଘ ସମୟ ଧରି ପୋଲିସ ସହିତ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଥିଲା । 

ବିଜେଡି ସମର୍ଥକ ବିଜେପି ସରକାର ବିରୁଦ୍ଧ ରେ ନାରାବାଜି କରିଥିଲେ। ଦୀର୍ଘ ସମୟ ଧରି ଉତେଜନା ଲାଗିରହିବା ପରେ ଗେଟ୍ କୁ ଠେଲି ଶହ ଶହ ସମର୍ଥକ ଡାକ୍ତରଖାନା ପରିସରରେ ପଶି ଫଳକକୁ ମଧ୍ୟ ପୋଲିସ ଉପସ୍ଥିତି ରେ ବ୍ଲକ ଅଧକ୍ଷା ଓ ଜିଲ୍ଲା ପରିଷଦ ସଦସ୍ୟା ଭାଙ୍ଗି ଦେଇଥିଲେ ।  ଏହାସତ୍ତେ୍ୱ ମନ୍ତ୍ରୀ ଶିଳାନ୍ୟାସ ଓ ଉଦଘାଟନ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe