କନକ ବ୍ୟୁରୋ: ଶିଳାନ୍ୟାସ ଓ ଉଦଘାଟନ ପୂର୍ବରୁ ଫଳକରେ ନାଁ ନଥିବାରୁ ନିଜ ସମର୍ଥକଙ୍କ ଗହଣରେ ଆସି ୩ଟି ଜାଗାରେ ଫଳକକୁ ଭାଙ୍ଗିଦେଇଛନ୍ତି ବିଜେଡି ସମର୍ଥିତ ବ୍ଲକ ଅଧ୍ୟକ୍ଷା ଓ ଜିଲ୍ଲାପରିଷଦ ସଦସ୍ୟା । ପାଲଲହଡ଼ା ଡାକ୍ତରଖାନା ସମ୍ମୁଖରେ ପୋଲିସ ସହିତ ମୁହାଁମୁହିଁ ପରିସ୍ଥିତି ବି ସୃଷ୍ଟି ହୋଇଛି । ପାଲଲହଡ଼ା ସହରରେ ଗଜଲକ୍ଷ୍ମୀ ପୂଜା ଭସାଣୀ ଉତ୍ସବ ଥିବାବେଳେ ରାଜ୍ୟ ପୟତରାଜ ମନ୍ତ୍ରୀ ରବି ନାରାୟଣ ନାଏକ ଯୋଗଦେବାର ଥିଲା । ଭସାଣୀ ଉତ୍ସବରେ ୩ ଟି କାର୍ଯ୍ୟର ଉଦଘାଟନ ଓ ଗୋଟିଏ କାର୍ଯ୍ୟର ଶିଳାନ୍ୟାସ କାର୍ଯ୍ୟକ୍ରମ ରହିଥିଲା । ଏଥିପାଇଁ ୪ଟି ଜାଗାରେ ବ୍ଲକ ପ୍ରଶାସନ ଓ ପୂର୍ତ୍ତ ବିଭାଗ ପକ୍ଷରୁ ଫଳକ ଲଗାଯାଇଥିଲା । ହେଲେ କୌଣସି ଫଳକରେ ବିଜେଡି ସମର୍ଥିତ ପାଲଲହଡା ବ୍ଲକ ଅଧ୍ୟକ୍ଷା ରୀନାରାଣୀ ନାଏକ, ଜିଲ୍ଲାପରିଷଦ ସଦସ୍ୟା ସାବିତ୍ରୀ ମାଝୀଙ୍କ ନାଁ ନଥିଲା, ଏହାକୁ ନେଇ ସେମାନେ ତାତିଥିଲେ । ଆହାର କେନ୍ଦ୍ର ଶିଳାନ୍ୟାସକୁ ଭାଙ୍ଗିବାକୁ ଯିବା ବେଳେ ପୋଲିସ ଗେଟ୍ ବନ୍ଦ କରି ସେମାନଙ୍କୁ ଯିବାକୁ ଦେଇ ନଥିଲେ। ଫଳରେ ଦୀର୍ଘ ସମୟ ଧରି ପୋଲିସ ସହିତ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଥିଲା ।
ବିଜେଡି ସମର୍ଥକ ବିଜେପି ସରକାର ବିରୁଦ୍ଧ ରେ ନାରାବାଜି କରିଥିଲେ। ଦୀର୍ଘ ସମୟ ଧରି ଉତେଜନା ଲାଗିରହିବା ପରେ ଗେଟ୍ କୁ ଠେଲି ଶହ ଶହ ସମର୍ଥକ ଡାକ୍ତରଖାନା ପରିସରରେ ପଶି ଫଳକକୁ ମଧ୍ୟ ପୋଲିସ ଉପସ୍ଥିତି ରେ ବ୍ଲକ ଅଧକ୍ଷା ଓ ଜିଲ୍ଲା ପରିଷଦ ସଦସ୍ୟା ଭାଙ୍ଗି ଦେଇଥିଲେ । ଏହାସତ୍ତେ୍ୱ ମନ୍ତ୍ରୀ ଶିଳାନ୍ୟାସ ଓ ଉଦଘାଟନ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ ।