କନକ ବ୍ୟୁରୋ: କେମିତି ହବ ଦୁର୍ଗମ ଅଂଚଳର ବିକାଶ । ଡେଡଲାଇନ୍ ପରେ ଡେଡଲାଇନ୍ ଗଡୁଛି । ତେବେ ବର୍ଷ ବର୍ଷ ଧରି ଦୁର୍ଗମ ଅଂଚଳରେ ହୋଇ ପାରୁନି ପୋଲ କିମ୍ବା ରାସ୍ତା ନିର୍ମାଣ କାମ । ମାଲକାନଗିରି ଜିଲ୍ଲା ସ୍ୱାଭିମାନ ଅଂଚଳରେ ଗ୍ରାମ୍ୟ ଉନ୍ନୟନ ବିଭାଗ ଏବଂ ପୁର୍ତ୍ତ ବିଭାଗ ବହୁ ପୋଲ ଏବଂ ରାସ୍ତା କାମ ହାତକୁ ନେଇ ଥିବା ବେଳେ ତାହା କିନ୍ତୁ ସରିବାର ନାଁ ଧରୁ ନାହିଁ । ଆଉ ସବୁ ଦେଖି ଚାହିଁ ଚୁପ୍ ବସିଛନ୍ତି ବିଭାଗୀୟ ଯନ୍ତ୍ରୀ ଓ ଅଧିକାରୀ ।
ଆହୁରି ପଢ଼ନ୍ତୁ: ରୋଚକ ହେଲାଣି ରାଜ୍ୟସଭା ରଣନୀତି
ଭୂଇଁରୁ ଉଠିପାରୁନି ପୋଲ
କେମିତି ହେବ ପଛୁଆ ଅଞ୍ଚଳର ବିକାଶ?
ଗ୍ରାମ୍ୟ ଉନ୍ନୟନ ବିଭାଗର ଅଧିକାଂଶ ପ୍ରକଳ୍ପ ଅଧପନ୍ତରିଆ
ନିର୍ମାଣାଧିନ ପୋଲ । ସ୍ୱାଭିମାନ ଅଂଚଳସ୍ଥିତ ରାଲେଗାଡା ପଂଚାୟତ ସାର୍କୁବନ୍ଧ ନଦୀ ଉପରେ ପୋଲ ନିର୍ମାଣ କରି ନଇ ଆରପଟେ ଥିବା ଆଠ ଟି ଗାଁ ସହ ଯୋଗାଯୋଗ ସ୍ଥାପନ ଲାଗି ଟେଣ୍ଡର ଆହ୍ବାନ କରି କାମ ହାତକୁ ନେଇ ଥିଲା ମାଲକାନଗିରି ଗ୍ରାମ୍ୟ ଉନ୍ନୟନ ବିଭାଗ । ଜୁଲାଇ ୨୦୨୨ରୁ କାମ ଆରମ୍ଭ ହୋଇ ମାର୍ଚ୍ଚ ୨୦୨୪ରେ ସାରିବାକୁ ଧାର୍ଯ୍ୟ ହୋଇଥିଲା। ନିର୍ମାଣ ନସରିବାରୁ ଆଗାମି ଜୁନ ମାସ ଯାଏଁ କାର୍ଯ୍ୟାଦେଶ ବୃଦ୍ଧି କରାଯାଇଛି । କିନ୍ତୁ ବିଡମ୍ବନାର ବିଷୟ ୪କୋଟି ୬୪ ଲକ୍ଷ ଟଙ୍କା ଅଟକଳ ମୁଲ୍ୟରେ ନିର୍ମାଣ ଚାଲିଥିବା ଏହି ସେତୁର ଗୋଟିଏ ହେଲେ ଖୁଣ୍ଟ ଏ ଯାଏଁ ମାଟିରୁ ଉଠି ପାରି ନାହିଁ । ଏହି ଗୋଟିଏ ନୁହେଁ ସ୍ୱାଭିମାନ ଅଞ୍ଚଳରେ ୨୫ ପୋଲ ଅଧପନ୍ତରିଆ । ଧୂଳିପୁଟ-ରାଲେଗଡ଼ା ପୋଲ, ବନ୍ଧଗୁଡ଼ା- ତୋଟାପାଲି ପୋଲ, ଯନ୍ତ୍ରୀଠାରେ ୨ଟି ପୋଲ, ନେରୁଡ଼ପାଲି ପୋଲ, ପପଲୁର-ଇଙ୍ଗୁରାଇ ପୋଲ ପରି ବହୁ ଗୁରୁତ୍ତ୍ୱପୁର୍ଣ ପୋଲ ନିର୍ମାଣ ହୋଇ ପାରୁନଥିବାରୁ ସ୍ୱାଭିମାନ ଅଂଚଳରେ ତିବ୍ର ପ୍ରତିକ୍ରି ୟା ପ୍ରକାଶ ପାଇଛି ।
ଚେଇଁ ଶୋଇଛି ପୂର୍ତ୍ତ ବିଭାଗ
ସ୍ୱାଭିମାନ ଅଞ୍ଚଳରେ ଅଟକିଛି ୧୦୦ କୋଟି ଟଙ୍କାର ପ୍ରକଳ୍ପ
ଏ ହୋଉଛି ମାଲକାନଗିରି ସ୍ୱାଭିମାନ ଅଂଚଳରେ ପୁର୍ତ୍ତ ବିଭାଗ ଦ୍ୱାରା ନିର୍ମିତ ମାଳିଗୁଡ଼ା ପୋଲର ଚିତ୍ର । କେଇଟା ପାଇଲ ଓ କେଇଟା ଗାଡାର ନିର୍ମାଣ କରି ବର୍ଷ ବର୍ଷ ଧରି ଚୁପ ବସିଛି ଠିକା ସଂସ୍ଥା ଓ ପୁର୍ତ୍ତ ବିଭାଗ । ବଡପଡା, ପାପେରମେଟଲା ଓ ଧୁଳିପୁଟ ପଂଚାୟତ ସହ ଯୋଗାଯୋଗ ଲାଗି ୧୧ କୋଟି ଟଙ୍କା ଅଟକଳ ମୁଲ୍ୟରେ ନଭେମ୍ବର ୨୦୨୦ ମସିହାରେ ଆରମ୍ଭ ହୋଇ ମେ ୨୦୨୨ସୁଧା ସାରିବା ଲାଗି ସ୍ଥିର ହୋଇ ଥିଲା । ଡେଡ୍ଲାଇନ ସରିଛି, ଏଯାଏଁ ଆରମ୍ଭ ହୋଇନି ପୋଲ ନିର୍ମାଣ କାମ । ସ୍ୱାଭିମାନ ଅଂଚଳର କୋଡ଼ିଗନ୍ଧି-ଘନବେଡ଼ା ପୋଲ, ବିଷୋଇଗୁଡ଼ା-ଯନ୍ତ୍ରୀ, ଧାକଡ଼ପଦର- ଯନ୍ତ୍ରୀ, ଦୋରାଗୁଡ଼ା-ଆରଲିଙ୍ଗି ପୋଲ ସର୍ଭେରେ ସୀମିତ । ସେହି ପରି ଜିଲ୍ଲାର କନ୍ୟାଶ୍ରମ ପୋଲ, ଗୋବିନ୍ଦପାଲି ସାବେରୀ ପୋଲ, କାଳିଆଗୁଡ଼ା ସାଲିମି ପୋଲ ପରି ୧୦ ଟି ନିର୍ମାଣ କାମ ୫ ବର୍ଷରୁ ଅଧିକ ସମୟ ଧରି ଠପ ପଡିଛି । ଏନେଇ ବିଧାନସଭାରେ ପ୍ରଶ୍ନ ଉଠିବା ପରେ ତଥ୍ୟ ରଖିଥିଲେ ପୂର୍ତ୍ତମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ।
Follow Us