କଳାହାଣ୍ଡି ଜାରିଙ୍ଗରେ ଫରେଷ୍ଟରଙ୍କ ଆତ୍ମହତ୍ୟା ମାମଲା,ଡିଏଫଓଙ୍କ ସମୃକ୍ତି ଥିବା ଅଭିଯୋଗ

Advertisment

କଳାହାଣ୍ଡିରେ ଫରେଷ୍ଟରଙ୍କ ଆତ୍ମହତ୍ୟା ଘଟଣାରେ ଡିଏଫ୍ଓଙ୍କ ସଂପୃକ୍ତି ଅଭିଯୋଗ ଆସିବା ପରେ ବିଭାଗୀୟ ତଦନ୍ତ ଆରମ୍ଭ କଲା ବନ ବିଭାଗ

କଳାହାଣ୍ଡିରେ ଫରେଷ୍ଟରଙ୍କ ଆତ୍ମହତ୍ୟା ଘଟଣାରେ ଡିଏଫ୍ଓଙ୍କ ସଂପୃକ୍ତି ଅଭିଯୋଗ ଆସିବା ପରେ ବିଭାଗୀୟ ତଦନ୍ତ ଆରମ୍ଭ କଲା ବନ ବିଭାଗ

forester

କନକବ୍ୟୁରୋ: କଳାହାଣ୍ଡିରେ ଫରେଷ୍ଟରଙ୍କ ଆତ୍ମହତ୍ୟା ଘଟଣାରେ ଡିଏଫ୍ଓଙ୍କ ସଂପୃକ୍ତି ଅଭିଯୋଗ ଆସିବା ପରେ ବିଭାଗୀୟ ତଦନ୍ତ ଆରମ୍ଭ କଲା ବନ ବିଭାଗ। ମାମଲାର ତଦନ୍ତ ଦାୟିତ୍ବ ଜଣେ ସିସିଏଫ୍ ରାଙ୍କ ଅଧିକାରୀଙ୍କୁ ଦିଆଯାଇଛି । ଏନେଇ ପିସିସିଏଫ୍ ଦେବୀଦତ୍ତ ବିଶ୍ବାଳ ସୂଚନା ଦେଇଛନ୍ତି । ଯଥାଶୀଘ୍ର ତଦନ୍ତ ସାରି ରିପୋର୍ଟ ଦେବା ପାଇଁ କୁହାଯାଇଛି । 

ଦୋଷୀ ଥିବା ନେଇ ତଦନ୍ତରୁ ଜଣାପଡ଼ିଲେ କଡ଼ା କାର୍ଯ୍ୟାନୁଷ୍ଠାନ  ଗ୍ରହଣ କରାଯିବ ବୋଲି ପିସିସିଏଫ୍ ସୂଚନା ଦେଇଛନ୍ତି । ଫରେଷ୍ଟରଙ୍କ ମୃତଦେହ ପାଖରେ ଥିବା ସୁସାଇଡ ନୋଟରେ ଡିଏଫଓଙ୍କ ନାଁ ରହିଥିବା ବେଳେ ପତ୍ନୀ ମଧ୍ୟ ସାଂଘାତିକ ଅଭିଯୋଗ ଆଣିଛନ୍ତି । 

ଡିଏଫଓ ତାଙ୍କୁ ମାନସିକ ନିର୍ଯାତନା ଦେଉଥିବା ନେଇ ଫରେଷ୍ଟରଙ୍କ ପତ୍ନୀ ଅଭିଯୋଗ ଆଣିଛନ୍ତି । ଫରେଷ୍ଟର ଅଜୟ ନାୟକ ଭବାନୀପାଟଣା ଫରେଷ୍ଟ କଲୋନୀ ସରକାରୀ କ୍ବାର୍ଟରରେ ରହୁଥିଲେ। ଫରେଷ୍ଟରଙ୍କ ମୃତ୍ୟ ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛି । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe