କନକବ୍ୟୁରୋ: କଳାହାଣ୍ଡିରେ ଫରେଷ୍ଟରଙ୍କ ଆତ୍ମହତ୍ୟା ଘଟଣାରେ ଡିଏଫ୍ଓଙ୍କ ସଂପୃକ୍ତି ଅଭିଯୋଗ ଆସିବା ପରେ ବିଭାଗୀୟ ତଦନ୍ତ ଆରମ୍ଭ କଲା ବନ ବିଭାଗ। ମାମଲାର ତଦନ୍ତ ଦାୟିତ୍ବ ଜଣେ ସିସିଏଫ୍ ରାଙ୍କ ଅଧିକାରୀଙ୍କୁ ଦିଆଯାଇଛି । ଏନେଇ ପିସିସିଏଫ୍ ଦେବୀଦତ୍ତ ବିଶ୍ବାଳ ସୂଚନା ଦେଇଛନ୍ତି । ଯଥାଶୀଘ୍ର ତଦନ୍ତ ସାରି ରିପୋର୍ଟ ଦେବା ପାଇଁ କୁହାଯାଇଛି । 

Advertisment

ଦୋଷୀ ଥିବା ନେଇ ତଦନ୍ତରୁ ଜଣାପଡ଼ିଲେ କଡ଼ା କାର୍ଯ୍ୟାନୁଷ୍ଠାନ  ଗ୍ରହଣ କରାଯିବ ବୋଲି ପିସିସିଏଫ୍ ସୂଚନା ଦେଇଛନ୍ତି । ଫରେଷ୍ଟରଙ୍କ ମୃତଦେହ ପାଖରେ ଥିବା ସୁସାଇଡ ନୋଟରେ ଡିଏଫଓଙ୍କ ନାଁ ରହିଥିବା ବେଳେ ପତ୍ନୀ ମଧ୍ୟ ସାଂଘାତିକ ଅଭିଯୋଗ ଆଣିଛନ୍ତି । 

ଡିଏଫଓ ତାଙ୍କୁ ମାନସିକ ନିର୍ଯାତନା ଦେଉଥିବା ନେଇ ଫରେଷ୍ଟରଙ୍କ ପତ୍ନୀ ଅଭିଯୋଗ ଆଣିଛନ୍ତି । ଫରେଷ୍ଟର ଅଜୟ ନାୟକ ଭବାନୀପାଟଣା ଫରେଷ୍ଟ କଲୋନୀ ସରକାରୀ କ୍ବାର୍ଟରରେ ରହୁଥିଲେ। ଫରେଷ୍ଟରଙ୍କ ମୃତ୍ୟ ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛି ।