ରତ୍ନଭଣ୍ଡାର ମରାମତି ପାଇଁ ନୀତି ନିର୍ଘଣ୍ଟ: ବାହାରକାଠ ପାଖରୁ ମହାପ୍ରଭୁଙ୍କ ଦର୍ଶନ କରିବେ ଶ୍ରଦ୍ଧାଳୁ

ଆସନ୍ତା ୧୭ତାରିଖ ଠାରୁ ଏଏସଆଇ ପକ୍ଷରୁ ରତ୍ନ ଭଣ୍ଡାର ମରାମତି କାର୍ଯ୍ୟ ହେବାକୁ ଥିବାବେଳେ ଆଜି ଏ ନେଇ ପୁରୀ ଜିଲ୍ଲାପାଳ ସମୀକ୍ଷା କରିଛନ୍ତି l

fwwd

କନକ ବ୍ୟୁରୋ: ଆସନ୍ତା ୧୭ତାରିଖ ଠାରୁ ଏଏସଆଇ ପକ୍ଷରୁ ରତ୍ନ ଭଣ୍ଡାର ମରାମତି କାର୍ଯ୍ୟ ହେବାକୁ ଥିବାବେଳେ ଆଜି ଏ ନେଇ ପୁରୀ ଜିଲ୍ଲାପାଳ ସମୀକ୍ଷା କରିଛନ୍ତି l ରାଜ୍ୟ ସରକାରଙ୍କ ମାର୍ଗଦର୍ଶିକା ଅନୁସାରେ ରତ୍ନଭଣ୍ଡାର ମରାମତି ନେଇ ସମସ୍ତ ପଦକ୍ଷେପ ଗ୍ରହଣ କରାଯିବାକୁ ଲକ୍ଷ୍ୟ ରଖାଯାଇଥିବାବେଳେ ମରାମତି ସମୟରେ ସାଧାରଣ ଭକ୍ତ କେମିତି ସୁରୁଖୁରରେ ଦର୍ଶନ କରିବେ ତା ଉପରେ ଗୁରୁତ୍ବ ଦିଆଯାଇଛି ।

ବହୁ ପ୍ରତୀକ୍ଷା ପରେ ରତ୍ନଭଣ୍ଡାର ମରାମତି ପାଇଁ ନୀତି ନିର୍ଘଣ୍ଟ ହୋଇଛି। ଶ୍ରୀମନ୍ଦିର ଉପମୁଖ୍ୟକ ପ୍ରଶାସକ ତଥା ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ବସିଥିବା ସ୍ବତନ୍ତ୍ର ବୈଠକର ନିଷ୍ପତି ଅନୁସାରେ, ରାତି ୨ଟାରୁ ଦ୍ବାର ଫିଟିବ। ଦ୍ବିପହର ଧୂପ ସରିବା ପରେ ପ୍ରାୟ ପାଂଚ ଘଣ୍ଟା ଧରି ମରାମତି କାର୍ଯ୍ୟ କରାଯିବ। ଜିପିଆର ଓ ଜିପିଆରଏସ ସର୍ଭେରେ ଚିହ୍ନଟ ହୋଇଥିବା ରତ୍ନଭଣ୍ଡାର କାନ୍ଥ ଓ ଚଟାଣର ମରାମତି କରାଯିବ। ମରାମତି ସମୟରେ ଏସଓପିକୁ କଡାକଡି ଭାବେ ପାଳନ କରାଯିବ । ଶ୍ରଦ୍ଧାଳୁ ବାହାରକାଠରୁ ମହାପ୍ରଭୁଙ୍କ ଦର୍ଶନ କରିପାରିବେ। 

ମରାମତି ସମୟରେ ସାଧାରଣ ଭକ୍ତଙ୍କ ଦର୍ଶନ ଅନୁମତି ମିଳିଥିବା ହେତୁ ଶୃଙ୍ଖଳିତ ଦର୍ଶନ ବ୍ୟବସ୍ଥା ନେଇ ବ୍ୟାପକ ଫୋର୍ସ ମୁତୟନ କରାଯିବ l ମରାମତି ପାଇଁ ଏଏସଆଇ ଓ ଅଧିକୃତ ଅଧିକାରୀ, ସେବାୟତଙ୍କର,  ମାର୍ଗଦର୍ଶିକା ଅନୁସାରେ ଯାଞ୍ଚ କରାଯିବ l ଭକ୍ତ ମାନେ ଯେଭଳି କୌଣସି ସମସ୍ୟାର ସମାଧାନ ନହୁଅନ୍ତି ସେ ନେଇ ପୋଲିସ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯିବ। ଅନ୍ୟପକ୍ଷରେ ମରାମତି କାର୍ଯ୍ୟରେ ସମସ୍ତ ପ୍ରକାର ସହଯୋଗ ଯୋଗାଇ ଦେବାକୁ ପ୍ରତିଶ୍ରୁତି ଦେଇଛନ୍ତି ସେବାୟତ। ତେବେ ରତ୍ନଭଣ୍ଡାରର ଗଣତି ମଣତି ଶୀଘ୍ର ଶେଷ କରିବାକୁ ଦାବି କରିଛନ୍ତି ।

 ତେବେ ଶ୍ରୀ ମନ୍ଦିର ଦ୍ୱାରଫିଟା ନୀତି ଠାରୁ ଦ୍ୱାର ବନ୍ଦ ନୀତି ପର୍ଯ୍ୟନ୍ତ, ସମସ୍ତ ନୀତିକାନ୍ତି ଶୃଙ୍ଖଳିତ ଭାବେ କରାଯାଇପାରିଲେ ଭଣ୍ଡାର ଘର ମରାମତି ପାଇଁ ଆବଶ୍ୟକୀୟ ସମୟ ମିଳିପାରିବ ବୋଲି ପ୍ରଶାସନ ପକ୍ଷରୁ କୁହାଯାଉଛି। ହେଲେ, ସେହି ସମୟରେ ନୀତି କେତେ ଶୃଙ୍ଖଳିତ ହୋଇପାରୁଛି ତା ଉପରେ ସମସ୍ତଙ୍କ ନଜର ରହିଛି। ତେବେ ରତ୍ନ ଭଣ୍ଡାରରେ ଏକାଧିକ ଫାଟ, ମୂଷା ଗାତ ଥିବାରୁ ମରାମତି ପାଇଁ ଅଧିକ ସମୟର ଆବଶ୍ୟକ ପଡିପାରେ। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe