ପୁଣି ଚର୍ଚ୍ଚାରେ ପୂର୍ବତନ ଉପରାଷ୍ଟ୍ରପତି ଜଗଦୀପ ଧନଖଡ : ରାଜସ୍ଥାନ ବିଧାନସଭାରୁ ପେନ୍‌ସନ୍ ପାଇଁ କଲେ ଆବେଦନ

ପୁଣି ଚର୍ଚ୍ଚାରେ ପୂର୍ବତନ ଉପରାଷ୍ଟ୍ରପତି ଜଗଦୀପ ଧନଖଡ଼ । ଚଳିତ ଥର ପେନସନ ପାଇଁ ଆବେଦନ କରି ପୁଣି ଖବରକୁ ଫେରିଛନ୍ତି ସେ । ରାଜସ୍ଥାନ ବିଧାନସଭାରୁ ପେନସନ ପାଇଁ ଆବେଦନ କରିଛନ୍ତି ଜଗଦୀପ ଧନଖଡ

04

Photograph: (kanaknews)

କନକବ୍ୟୁରୋ  : ପୁଣି ଚର୍ଚ୍ଚାରେ ପୂର୍ବତନ ଉପରାଷ୍ଟ୍ରପତି ଜଗଦୀପ ଧନଖଡ଼ । ଚଳିତ ଥର ପେନସନ ପାଇଁ ଆବେଦନ କରି ପୁଣି ଖବରକୁ ଫେରିଛନ୍ତି ସେ । ରାଜସ୍ଥାନ ବିଧାନସଭାରୁ ପେନସନ ପାଇଁ ଆବେଦନ କରିଛନ୍ତି ଜଗଦୀପ ଧନଖଡ । ୧୯୯୩ ମସିହାରେ କଂଗ୍ରେସ ଟିକେଟରେ ନିର୍ବାଚନ ଲଢି ଆଜମେର ଜିଲ୍ଲାର କିଷନଗଡ ଆସନରୁ ବିଧାନସଭାକୁ ନିର୍ବାଚିତ ହୋଇଥିଲେ । ନିୟମ ଅନୁସାରେ ୭୪ବର୍ଷିୟ ଧନଖଡଙ୍କୁ ମାସିକ ପାଖାପାଖି ୪୨ହଜାର ଟଙ୍କା ଅବସରକାଳୀନ ଭତ୍ତା ମିଳିବ ।

ରାଜସ୍ଥାନରେ ଜଣେ ନେତା ଉଭୟ ବିଧାୟକ ଓ ସାସଂଦ ହୋଇଥିଲେ ତାଙ୍କୁ ଉଭୟ ପଦବୀ ପାଇଁ ଉପଯୁକ୍ତ ପେନସନ ମିଳିବା ନେଇ ବ୍ୟବସ୍ଥା ରହିଛି । ତେବେ ରାଜସ୍ଥାନ ବିଧାନସଭା ଅଧ୍ୟକ୍ଷ ବାସୁଦେବ ଦେବନାନୀ ଜଗଦୀପ ଧନଖଡ ପେନସନ ପାଇଁ ଆବେଦନ କରିଥିବା କଥା ସ୍ପଷ୍ଟ କରିଥିବାବେଳେ ଏନେଇ ପ୍ରକ୍ରିୟା ଆରମ୍ଭ ହୋଇଥିବା କହିଛନ୍ତି । ଗତ ଜୁଲାଇ ୨୧ରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଇସ୍ତଫା ପତ୍ର ପଠାଇ ଚର୍ଚ୍ଚାକୁ ଆସିଥିଲେ ଜଗଦୀପ ଧନଖଡ଼। ନିଜ ସ୍ବାସ୍ଥ୍ୟଗତ କାରଣ ଦର୍ଶାଇ ପଦରୁ ଇସ୍ତଫା ଦେଇଥିଲେ ଜଗଦୀପ ଧନଖଡ଼ । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe