କନକ ବ୍ୟୁରୋ: କିଛି ଦିନ ହେବ କର୍ଣ୍ଣାଟକ ଧର୍ମସ୍ଥଳକୁ ନେଇ ଖୁବ ଚର୍ଚ୍ଚା ଚାଲିଥିଲା ।ଯେଉଁଠି ମାଳ ମାଳ ମଣିଷ ଖପୁଡି,କଙ୍କାଳ ମିଳୁଥିବା ନେଇ ଦାବି କରାଯାଉଛି । ଏବେ ଏହି ମାମଲାରେ ଆସିଛି ନୂଆ ମୋଡ ।ଏଠାରେ କୌଣସି ପ୍ରକାର ଦୁଷ୍କର୍ମ ପରେ ହତ୍ୟା ହୋଇନି ବଂର ନକଲି ହାଡ,କଙ୍କାଳ ଓ ଖପୁଡି ପୋତା ଯାଇଥିବା କଥା ସାମ୍ନାକୁ ଆସିଛି । ଯିଏ ଏହି ଅଭିଯୋଗ ଆଣିଥିଲେ ତାଙ୍କ ଉପରେ ସନ୍ଦେହ ପ୍ରକାଶ ପାଇବା ପରେ ଏସଆଇଟି ଟିମ ତାଙ୍କୁ ମାରାଥନ ଜେରା କରିଥିଲା ଓ ସତ ସାମ୍ନାକୁ ଆସିଛି । ତେବେ ଏଭଳି ମିଛ କଥା କହିବା ପଛର କାରଣ କ’ଣ ଥିଲା?ଏହା ପଛରେ କେବଳ ଜଣେ ମାତ୍ର ଅଭିଯୁକ୍ତ ରହିଛି ନା ଆଉ କିଏ ରହିଛି ଏନେଇ ତନାଘନା ଚାଲିଛି ।ସେପଟେ ଘଟଣାକୁ ନେଇ କିଛି ଦିନ ହେବ କର୍ଣ୍ଣାଟକ ରାଜନୀତିରେ ହଇଚଇ ଦେଖାଦେଇଥିଲା ।ଏପରିକି ଦାବି ଉଠିବା ପରେ ସରକାର ଏସଆଟି ଟିମ ଗଠନ କରି ତଦନ୍ତ ମଧ୍ୟ କରିଥିଲେ ।ତେବେ ଆଜି ସତ ପଦାକୁ ଆସିବା ପରେ ଉପମୁଖ୍ୟମନ୍ତ୍ରୀ ଡିକେ ଶିବକୁମାରଙ୍କ ବୟାନ ସାମ୍ନାକୁ ଆସିଛି ।ଧର୍ମସ୍ଥଳ ଏକ ଧର୍ମସ୍ଥାନ ।ଏହାର ଛବି ଖରାପ କରିବାକୁ ଏଭଳି ଷଡଯନ୍ତ୍ର ରଚାଯାଇଥିଲା ।ଆଉ କିଛି ତଥ୍ୟ ଉପରେ ନଜର ପକାଇବା
ଧର୍ମସ୍ଥଳ ମାମଲାରେ ନୂଆ ଟ୍ୱିଷ୍ଟ, ମାସ୍କମ୍ୟାନ୍ ଗିରଫ
-୭୦ରୁ ୮୦ଟି ଶବ ସ୍ଥାନରେ ପୋତାଯାଇଥିବା କରିଥିଲା ଦାବି
-ସମ୍ବେଦନଶୀଳ ଘଟଣା ପାଇଁ ଅଭିଯୋଗକାରୀଙ୍କ ପରିଚୟ ଗୁପ୍ତ ରଖାଯାଇଥିଲା
-ଅଭିଯୋଗକାରୀ ନିଜ ଦାବିକୁ ପ୍ରମାଣ କରିବା ପାଇଁ ଗୋଟିଏ ଖପୁରୀ ଉପସ୍ଥାପନ କରିଥିଲେ
କିନ୍ତୁ ସେଇଟା ନକଲି ଥିଲା
-ବିଭ୍ରାନ୍ତିକର ଓ ମିଛ ତଥ୍ୟ ଉପସ୍ଥାପନ କରିବା ଅଭିଯୋଗରେ ଗିରଫ
-ଅଭିଯୋଗକାରୀ ଜଣଙ୍କ ନିକଟରେ ମାସ୍କ ପିନ୍ଧି ଗଣମାଧ୍ୟମରେ ନିଜ ପକ୍ଷ ରଖୁଥିଲେ
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/2025/08/23/dcds-2025-08-23-22-41-36.jpg)