ମନ୍ତ୍ରୀ ହେବେ ଆଝାରୁଦ୍ଦିନ ! ରେବନ୍ତ ରେଡ୍ଡୀ ସରକାରରେ ମିଳିପାରେ ବଡ଼ ପଦ

ମନ୍ତ୍ରୀ ହେବେ ଟିମ୍ ଇଣ୍ଡିଆର ପୂର୍ବତନ କ୍ୟାପଟେନ୍ ମହମ୍ମଦ ଆଝାରୁଦ୍ଦିନ । କ୍ରିକେଟରରୁ ନେତା ସାଜିଥିବା ମହମ୍ମଦ ଆଝାରୁଦ୍ଦିନଙ୍କୁ ତେଲେଙ୍ଗାନାର କ୍ୟାବିନେଟରେ ସାମିଲ କରାଯାଇପାରେ ବୋଲି ଚର୍ଚ୍ଚା ହେଉଛି । କାହିଁକି ନା ରାଜ୍ୟପାଳଙ୍କ କୋଟାରେ ତାଙ୍କୁ ତେଲେଙ୍ଗାନାର ବିଧାନ ପରିଷଦକୁ ମନୋନୀତ କରାଯାଇଛି । ଆଉ ଏହାପରେ ଚର୍ଚ୍ଚା ଆରମ୍ଭ ହୋଇଛି ଯେ, ଟିମ୍ ଇଣ୍ଡିଆର ଏହି ପୂର୍ବତନ ଅଧିନାୟକ ତେଲେଙ୍ଗାନା ସରକାରରେ ମନ୍ତ୍ରୀ ପଦ ପାଇପାରନ୍ତି ।

azharuddin

azharuddin

କନକ ବ୍ୟୁରୋ: ମନ୍ତ୍ରୀ ହେବେ ଟିମ୍ ଇଣ୍ଡିଆର ପୂର୍ବତନ କ୍ୟାପଟେନ୍ ମହମ୍ମଦ ଆଝାରୁଦ୍ଦିନ । କ୍ରିକେଟରରୁ ନେତା ସାଜିଥିବା ମହମ୍ମଦ ଆଝାରୁଦ୍ଦିନଙ୍କୁ ତେଲେଙ୍ଗାନାର କ୍ୟାବିନେଟରେ ସାମିଲ କରାଯାଇପାରେ ବୋଲି ଚର୍ଚ୍ଚା ହେଉଛି । କାହିଁକି ନା ରାଜ୍ୟପାଳଙ୍କ କୋଟାରେ ତାଙ୍କୁ ତେଲେଙ୍ଗାନାର ବିଧାନ ପରିଷଦକୁ ମନୋନୀତ କରାଯାଇଛି । ଆଉ ଏହାପରେ ଚର୍ଚ୍ଚା ଆରମ୍ଭ ହୋଇଛି ଯେ, ଟିମ୍ ଇଣ୍ଡିଆର ଏହି ପୂର୍ବତନ ଅଧିନାୟକ ତେଲେଙ୍ଗାନା ସରକାରରେ ମନ୍ତ୍ରୀ ପଦ ପାଇପାରନ୍ତି ।

ଗୁରୁତ୍ୱପୂର୍ଣ୍ଣ କଥା ହେଲା କିଛି ସପ୍ତାହପୂର୍ବରୁ ଜୁବଲି ହିଲ୍ସ ବିଧାନସଭା ନିର୍ବାଚନମଣ୍ଡଳୀର ଉପନିର୍ବାଚନ ପାଇଁ ନିଜକୁ କଂଗ୍ରେସ ପ୍ରାର୍ଥୀ ଭାବେ ଘୋଷଣା କରିଥିଲେ ମହମ୍ମଦ ଆଝାରୁଦ୍ଦିନ । ଆଉ ଏହାର କିଛି ଦିନ ପରେ ରାଜ୍ୟପାଳ ଏବେ ତାଙ୍କୁ ତେଲେଙ୍ଗାନାର ବିଧାନ ପରିଷଦକୁ ମନୋନୀତ କରିଛନ୍ତି ।

ଆଝାରୁଦ୍ଦିନ ସୋସିଆଲ ମିଡିଆ X ରେ ଲେଖିଛନ୍ତି, "ତେଲେଙ୍ଗାନାର ରାଜ୍ୟପାଳଙ୍କ କୋଟା ଅନୁଯାୟୀ, ବିଧାନ ପରିଷଦର ସଦସ୍ୟ ଭାବେ ମୋତେ ମନୋନୀତ କରିବା ପାଇଁ କ୍ୟାବିନେଟର ନିଷ୍ପତ୍ତିରେ ମୁଁ ଅତ୍ୟନ୍ତ ସମ୍ମାନିତ ଅନୁଭବ କରୁଛି । କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ, ସୋନିଆ ଗାନ୍ଧୀ, ରାହୁଲ ଗାନ୍ଧୀ, ପ୍ରିୟଙ୍କା ଗାନ୍ଧୀ ଏବଂ କେସି ବେଣୁଗୋପାଳଙ୍କୁ ସେମାନଙ୍କର ବିଶ୍ୱାସ ଏବଂ ଆଶୀର୍ବାଦ ପାଇଁ ହୃଦୟରୁ ଧନ୍ୟବାଦ ।"

ଏହାସହ ଆଝାରୁଦ୍ଦିନ୍ ରାଜ୍ୟର ଏବଂ ଉପମୁଖ୍ୟମନ୍ତ୍ରୀଙ୍କୁ ମଧ୍ୟ ଧନ୍ୟବାଦ ଜଣାଇ ଲେଖିଛନ୍ତି, ମୁଁ ସଚ୍ଚୋଟତା ଏବଂ ନିଷ୍ଠାର ସହିତ ମୋ ରାଜ୍ୟର ସେବା କରିବାକୁ ପ୍ରତିବଦ୍ଧ । ଅନ୍ୟପଟେ ସେ ବିଧାନ ପରିଷଦକୁ ମନୋନୀତି ହେବା ପରେ ଖୁବଶୀଘ୍ର ତାଙ୍କୁ ମନ୍ତ୍ରିମଣ୍ଡଳରେ ଦେଖିବାକୁ ମିଳିପାରେ ବୋଲି ଚର୍ଚ୍ଚା ହେଉଛି ।

ଜାଣିରଖିବା ଉଚିତ ଯେ, ବର୍ତ୍ତମାନ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ ରେବନ୍ତ ରେଡ୍ଡୀଙ୍କ ସମେତ ସରକାରରେ ୧୪ ଜଣ ମନ୍ତ୍ରୀ ଅଛନ୍ତି । ଆଉ ଏବେ ବି ସରକାରରେ ୩ଟି ଆସନ ଖାଲି ଅଛି । ତେଣୁ ଆଝାରୁଦ୍ଦିନଙ୍କୁ ରେବନ୍ତ ରେଡ୍ଡୀଙ୍କ ସରକାରରେ ମନ୍ତ୍ରୀ ପଦ ମିଳିପାରେ ବୋଲି କୁହାଯାଉଛି । ତେବେ ତେଲେଙ୍ଗାନା କଂଗ୍ରେସର କାର୍ଯ୍ୟକାରୀ ସଭାପତି ହେବା ପୂର୍ବରୁ, ମହମ୍ମଦ ଆଝାରୁଦ୍ଦିନ ୟୁପିର ମୋରାଦାବାଦରୁ ସାଂସଦ ଥିଲେ । ସେ ୨୦୧୯ରେ ହାଇଦ୍ରାବାଦ କ୍ରିକେଟ ଆସୋସିଏସନର ୨୭ତମ ସଭାପତି ମଧ୍ୟ ହୋଇଥିଲେ । ୬୨ ବର୍ଷୀୟ ମହମ୍ମଦ ଆଝାରୁଦ୍ଦିନ ଭାରତ ପାଇଁ ୯୯ ଟେଷ୍ଟ ଏବଂ ୩୩୪ ଦିନିକିଆ ଖେଳିଛନ୍ତି । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe