କନକବ୍ୟୁରୋ : ପୂର୍ବତନ ମନ୍ତ୍ରୀ ନିରଞ୍ଜନ ପଟ୍ଟନାୟକଙ୍କ ଘରେ ଲୁଟ ହୋଇଛି  ।  ଘରେ ପଶି ବଡ଼ ଧରଣର ଲୁଟ୍ କରିଛନ୍ତି ଅଭିଯୁକ୍ତ । ନିରଞ୍ଜନଙ୍କ ଭୁବନେଶ୍ୱର ନୟାପଲ୍ଲୀ ସ୍ଥିତ ବାସଭବନରୁ ଲୁଟ୍ ହୋଇଥିବା ସୂଚନା ମିଳିଛି ।  ନଗଦ ଟଙ୍କା ସହ ସମସ୍ତ ସୁନା ଅଳଙ୍କାର ଲୁଟ୍ ହୋଇଥିବା ସୂଚନା ମିଳିଛି । ଲୁଟ୍ ପରେ ଝରକା ବାଟ ଦେଇ ଲୁଟେରା ଫେରାର ମାରିଛନ୍ତି ।

Advertisment

ସୁଚନା ଅନୁଯାୟୀ  ଉପର ମହଲା ରହୁଥିବା ପୁଅ ବୋହୁଙ୍କ ଘରୁ ଲୁଟ ହୋଇଛି । ଘରୁ ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର ଓ ଟଙ୍କା ନେଇଯାଇଛନ୍ତି ର୍ଦୁବୃତ୍ତ  ।  ସିସିଟିଭିରେ ଚୋରଙ୍କ ଗତିବିଧି କଏଦ ହୋଇଛି  ।  ଏହି  ସିସିଟିଭି ଫୁଟେଜକୁ ଆଧାର କରି ଘଟଣାସ୍ଥଳରେ ନୟାପଲ୍ଲୀ ପୋଲିସ ପହଞ୍ଚି ଛାନଭିନ କରୁଛି