ପୁଣି ପଦ୍ମ କ୍ୟାମ୍ପ୍‌ରେ ରଘୁବର ଦାସ । ଜୋରଦାର ସ୍ୱାଗତ କଲେ ସମର୍ଥକ ।

ପୁଣି ବିଜେପି ସଦସ୍ୟତା ଗ୍ରହଣ କଲେ ରଘୁବର ଦାସ । ରାଞ୍ଚିରେ ଆୟୋଜିତ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ହେଲେ ସାମିଲ । ୧୪ ମାସ ଧରି ରାଜ୍ୟପାଳ ପଦରେ ରହିବା ପରେ ଦେଇଥିଲେ ଇସ୍ତଫା ।

08-Raghubar

08-Raghubar Photograph: (08-Raghubar)

କନକ ବ୍ୟୁରୋ: ଆଜି ବିଜେପିର ପ୍ରାଥମିକ ସଦସ୍ୟତା ଗ୍ରହଣ କରିଛନ୍ତି ଓଡ଼ିଶାର ପୂର୍ବତନ ରାଜ୍ୟପାଳ ତଥା ଝାଡ଼ଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ରଘୁବର ଦାସ । ରାଞ୍ଚି ସ୍ଥିତ ବିଜେପି ମୁଖ୍ୟାଳୟରେ ସେ ଦ୍ୱିତୀୟ ଥର ପାଇଁ ପଦ୍ମ କ୍ୟାମ୍ପ୍‌ରେ ସାମିଲ ହୋଇଛନ୍ତି । ଦଳରେ ସାମିଲ ହେବାପରେ ସେ ଉପସ୍ଥିତ ନେତା ଓ କର୍ମକର୍ତ୍ତାଙ୍କୁ ସମ୍ବୋଧିତ କରିଥିଲେ । ସେ କହିଛନ୍ତି, “ଓଡ଼ିଶାର ରାଜ୍ୟପାଳ ପଦରୁ ଇସ୍ତଫା ଦେଇ ମୁଁ ପୁରୁଣା ଭୂମିକାକୁ ଫେରୁଛି । ରାଜ୍ୟପାଳ ପଦବୀରେ ରହିବା ଏକ ଗାରିମାର କଥା, କିନ୍ତୁ ଦଳର ଦାସ ହୋଇ ରହିବା ଗର୍ବର କଥା ।” 


ଓଡ଼ିଶାର ପୂର୍ବତନ ରାଜ୍ୟପାଳ ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନ ଫଳାଫଳରୁ ଶିକ୍ଷା ନେବାକୁ ବିଜେପି କର୍ମକର୍ତ୍ତାଙ୍କୁ ଆହ୍ୱାନ କରିଛନ୍ତି । ସେ କହିଛନ୍ତି ଯେ, ୨୦୨୫ରୁ ନୂଆ ଉର୍ଜ୍ଜା ଓ ନୂଆ ଲକ୍ଷ୍ୟ ନେଇ ଆମେ କାମ କରିବା । ଲୋକଙ୍କ ହିତ ସାଧନ ପାଇଁ ସଙ୍ଘର୍ଷ କରିବାକୁ ସେ କର୍ମୀଙ୍କୁ ଆହ୍ୱାନ ଦେଇଛନ୍ତି । ସବୁଠାରୁ ରୋଚକ କଥା ହେଉଛି ୧୯୮୦ ମସିହାରେ ସେ ଆଜିର ଦିନରେ ହିଁ ବିଜେପିରେ ସାମିଲ ହୋଇଥିଲେ । ୨୦୨୩ ଅକ୍ଟୋବର ମାସରେ ରାଜ୍ୟପାଳ ଭାର ମିଳିବା ପରେ ବିଜେପିରୁ ଇସ୍ତଫା ଦେଇଥିଲେ । ଜେପି ନଡ୍ଡାଙ୍କୁ ସେ ତାଙ୍କ ଇସ୍ତଫା ଦେଇଛନ୍ତି । 


ବିଜେପିରୁ ଇସ୍ତଫା ତାଙ୍କ ରାଜନୈତିକ ଜୀବନରେ ଏକ ଭାବବିହ୍ୱଳ ସମୟ ଥିଲା । ବର୍ତ୍ତମାନ ଝାଡ଼ଖଣ୍ଡ ବାସିନ୍ଦା ଯେଉଁ ଜନାଦେଶ ଦେଇଛନ୍ତି ତାହାକୁ ସେ ସମ୍ମାନ ଜଣାଇଛନ୍ତି । ଇଣ୍ଡିମେଣ୍ଟ ଯେଉଁ ସବୁ ପ୍ରତିଶ୍ରୁତି ଦେଇଛି, ସେହି ଆଧାରରେ ହିଁ ଜନମତ ପାଇଛି । ବିପକ୍ଷ ଦଳ ହୋଇ ସେ ଜନତାଙ୍କ ସ୍ୱର ଉଠାଇବେ ବୋଲି କହିଛନ୍ତି । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe