ଆରପାରିରେ ନୀଳଗିରିର ପୂର୍ବତନ ବିଧାୟକ; ଦୁଇ ଦୁଇ ଥର ବିଧାୟକ ହୋଇ ଆସିଥିଲେ ବିଧାନସଭା

Advertisment

ପରଲୋକରେ ନୀଳଗିରିର ପୂର୍ବତନ ବିଧାୟକ ଅକ୍ଷୟ ଆଚାର୍ଯ୍ୟ । ୭୬ ବର୍ଷ ବୟସରେ ଆଜି ସେ ଆଖି ବୁଜିଛନ୍ତି । ତେବେ ଦୀର୍ଘ ଦିନ ହେବ ସେ କ୍ୟାନସର ରୋଗରେ ପୀଡ଼ିତ ହୋଇ ମୁମ୍ବାଇରେ ଚିକିତ୍ସିତ ହେଉଥିଲେ । ଆଉ ଆଜି ଭୋର ସମୟରେ ହଠାତ ସ୍ବାସ୍ଥ୍ୟାବସ୍ଥା ବିଗିଡିବାରୁ ତାଙ୍କୁ ପ୍ରଥମେ ନୀଳଗିରି ଓ ପରେ ବାଲେଶ୍ବର ଜିଲ୍ଲା ମୁଖ୍ଯ ଚିକିତ୍ସାଳୟକୁ ନିଆଯାଇଥିଲା।

ପରଲୋକରେ ନୀଳଗିରିର ପୂର୍ବତନ ବିଧାୟକ ଅକ୍ଷୟ ଆଚାର୍ଯ୍ୟ । ୭୬ ବର୍ଷ ବୟସରେ ଆଜି ସେ ଆଖି ବୁଜିଛନ୍ତି । ତେବେ ଦୀର୍ଘ ଦିନ ହେବ ସେ କ୍ୟାନସର ରୋଗରେ ପୀଡ଼ିତ ହୋଇ ମୁମ୍ବାଇରେ ଚିକିତ୍ସିତ ହେଉଥିଲେ । ଆଉ ଆଜି ଭୋର ସମୟରେ ହଠାତ ସ୍ବାସ୍ଥ୍ୟାବସ୍ଥା ବିଗିଡିବାରୁ ତାଙ୍କୁ ପ୍ରଥମେ ନୀଳଗିରି ଓ ପରେ ବାଲେଶ୍ବର ଜିଲ୍ଲା ମୁଖ୍ଯ ଚିକିତ୍ସାଳୟକୁ ନିଆଯାଇଥିଲା।

NILAGIRI EX MLA

NILAGIRI EX MLA Photograph: (KANAK NEWS)

କନକ ବ୍ୟୁରୋ: ପରଲୋକରେ ନୀଳଗିରିର ପୂର୍ବତନ ବିଧାୟକ ଅକ୍ଷୟ ଆଚାର୍ଯ୍ୟ । ୭୬ ବର୍ଷ ବୟସରେ ଆଜି ସେ ଆଖି ବୁଜିଛନ୍ତି । ତେବେ ଦୀର୍ଘ ଦିନ ହେବ ସେ କ୍ୟାନସର ରୋଗରେ ପୀଡ଼ିତ ହୋଇ ମୁମ୍ବାଇରେ ଚିକିତ୍ସିତ ହେଉଥିଲେ । ଆଉ ଆଜି ଭୋର ସମୟରେ ହଠାତ ସ୍ବାସ୍ଥ୍ୟାବସ୍ଥା ବିଗିଡିବାରୁ ତାଙ୍କୁ ପ୍ରଥମେ ନୀଳଗିରି ଓ ପରେ ବାଲେଶ୍ବର ଜିଲ୍ଲା ମୁଖ୍ଯ ଚିକିତ୍ସାଳୟକୁ ନିଆଯାଇଥିଲା। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ସେ ମୃତ୍ୟୁବରଣ କରିଛନ୍ତି। ପୂର୍ବତନ ବିଧାୟକଙ୍କ ଦେହାନ୍ତରେ ନୀଳଗିରିରେ ଶୋକର ଛାୟା ଖେଳିଯାଇଛି।

ଜାଣିରଖିବା ଉଚିତ ଯେ, ସେ ନୀଳଗିରି ଆସନରୁ କଂଗ୍ରେସ ଟିକଟରେ ଦୁଇ ଦୁଇ ଥର ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ। ୧୯୮୦ ଓ ୧୯୯୫ ମସିହାରେ ସେ ନୀଳଗିରିର ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ। ମାତ୍ର ୩୧ ବର୍ଷ ବୟସରେ  ୧୯୮୦ ମସିହାରେ ପ୍ରଥମ କରି ନୀଳଗିରି କଂଗ୍ରେସ ଆସନରୁ ଲଢିଥିଲେ ଓ ୨୩ ହଜାର ୧୩୯ ଖଣ୍ଡ ଭୋଟ ପାଇ ବନମାଳୀ ଦାସଙ୍କୁ ପରାସ୍ତ କରିଥିଲେ। ସେହିପରି ୧୯୯୦ରେ ପୁନଃ କଂଗ୍ରେସରୁ ଟିକଟ ପାଇଥିଲେ ହେଁ ୨୧ ହଜାର ୭୬୦ ଖଣ୍ଡ ଭୋଟ ପାଇ ତୃତୀୟ ସ୍ଥାନରେ ସନ୍ତୁଷ୍ଟ ହୋଇଥିଲେ । ହେଲେ ୧୯୯୫ରେ କଂଗ୍ରେସ ଟିକେଟରେ ଲଢି ୩୮ ହଜାର ୩୦୩ ଖଣ୍ଡ ଭୋଟ୍ ପାଇ ଦ୍ବିତୀୟ ଥର ପାଇଁ ନୀଳଗିରିର ମଙ୍ଗ ସମ୍ଭାଳିଥିଲେ।

ଆହୁରି ପଢ଼ନ୍ତୁ : ପୁଣି କୁହୁଡ଼ିର ରାଜୁତି; ଏକାଧିକ ବିମାନ ଉଡ଼ାଣ ବାତିଲ୍

ଏହାପରେ ୨୦୦୪ ମସିହାରେ ସ୍ବାଧୀନ ଭାବରେ ଲଢି ୧୩ ହଜାର ୧୪୭ ଖଣ୍ଡ ଭୋଟ୍ ପାଇ ତୃତୀୟ ସ୍ଥାନରେ ରହିଥିଲେ। ତେବେ ନିଜ କାର୍ଯ୍ୟକାଳ ମଧ୍ୟରେ ନୀଳଗିରିରେ ବସଷ୍ଟାଣ୍ଡ ,ଏନଏସି ଗଠନ,ସମସ୍ତ ଡ୍ୟାମ ,ଜଳସେଚନ ବ୍ୟବସ୍ଥା,ସ୍କୁଲ ,କଲେଜ,ପାନ୍ଥନିବାସ ଏପରି ଅନେକ ବିକାଶମୂଳକ କାର୍ଯ୍ୟ କରିଥିଲେ ଅକ୍ଷୟ । ଏହି କାରଣରୁ ନୀଳଗିରିର ବିକାଶ ପୁରୁଷ ଭାବେ ଅଞ୍ଚଳରେ ସେ ପରିଚିତ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe