PMO Photograph: (KANAK NEWS)
କନକ ବ୍ୟୁରୋ : ପୂର୍ବତନ ଭାରତୀୟ ନୌସେନା ଅଧିକାରୀ ପୂର୍ଣ୍ଣେନ୍ଦୁ ତିୱାରୀଙ୍କୁ କତାରରେ ପୁଣି ଥରେ ଗିରଫ କରାଯାଇଛି । ପୂର୍ବରୁ ଅନ୍ୟ ସାତ ଜଣ ଅଧିକାରୀଙ୍କ ସହିତ ସେ ମୁକ୍ତ ହୋଇଥିଲେ ମଧ୍ୟ, ତାଙ୍କୁ କତାର ନଛାଡ଼ିବାକୁ କୁହାଯାଇଥିଲା । ତାଙ୍କ ପରିବାର ସଦସ୍ୟ ସେ କେବେ ଭାରତ ଫେରିବେ ସେ ନେଇ ଅପେକ୍ଷା କରିଛନ୍ତି । ପରିବାର ସଦସ୍ୟ ଏହି ମାମଲାରେ ହସ୍ତକ୍ଷେପ କରିବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍ ଅପିଲ୍ କରିଛନ୍ତି ।
ବୈଦେଶିକ ମନ୍ତ୍ରଣାଳୟ ଅନୁଯାୟୀ,ଡିସେମ୍ବରରେ କୋର୍ଟଙ୍କ ରାୟ ପରେ ପୂର୍ବତନ ଭାରତୀୟ ନୌସେନା ଅଧିକାରୀଙ୍କୁ ପୁଣି ଗିରଫ କରାଯାଇଛି । ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ରଣଧୀର ଜୟସୱାଲ କହିଛନ୍ତି, ତିୱାରୀଙ୍କୁ ଗତ ମାସରେ କତାରରେ ଦୀର୍ଘ ସମୟ ଧରି ଚାଲିଥିବା ଏକ ମାମଲାରେ ଗିରଫ କରାଯାଇଥିଲା । ବୈଦେଶିକ ମନ୍ତ୍ରଣାଳୟ କହିଛି କତାରରେ ଅନ୍ୟ ଅଣ ଭାାରତୀୟଙ୍କୁ ମଧ୍ୟ ଗିରଫ କରାଯାଇଛି। ଭାରତୀୟ ଦୂତାବାସ କମାଣ୍ଡର ତିୱାରୀ ଏବଂ ତାଙ୍କ ପରିବାର ସଦସ୍ୟଙ୍କ ସହିତ ଯୋଗାଯୋଗରେ ଅଛି। କୋର୍ଟର ନିଷ୍ପତ୍ତି ପରେ ତାଙ୍କୁ ଗିରଫ କରାଯାଇଛି ।
ଅଧିକ ପଢ଼ନ୍ତୁ---ନୀରଜ ଚୋପ୍ରାଙ୍କ ପ୍ରଶିକ୍ଷକ ପଦ ଛାଡ଼ିଲେ ଜାନ୍ ଜେଲେନଜି
ପୂର୍ଣ୍ଣେନ୍ଦୁଙ୍କୁ ପ୍ରଥମେ ଅଗଷ୍ଟ ୨୦୨୨ରେ ଅନ୍ୟ ସାତ ଜଣ ପୂର୍ବତନ ଭାରତୀୟ ନୌସେନା କର୍ମଚାରୀଙ୍କ ସହିତ ଅଟକ ରଖାଯାଇଥିଲା । କାତାର କର୍ତ୍ତୃପକ୍ଷ ସେମାନଙ୍କ ବିରୋଧରେ ଅଭିଯୋଗ ସାର୍ବଜନୀନ କରି ନଥିଲେ । ସେମାନଙ୍କୁ ଅକ୍ଟୋବର ୨୦୨୩ରେ ମୃତ୍ୟୁଦଣ୍ଡରେ ଦଣ୍ଡିତ କରାଯାଇଥିଲା । ଭାରତ ସରକାରଙ୍କ ହସ୍ତକ୍ଷେପ ପରେ, ଫେବ୍ରୁଆରି ୨୦୨୪ରେ ଆଠ ଜଣଙ୍କୁ ମୁକ୍ତ କରାଯାଇଥିଲା । ସେମାନଙ୍କ ମଧ୍ୟରୁ ସାତ ଜଣ ଭାରତ ଫେରି ଆସିଥିଲେ । ପୂର୍ଣ୍ଣେନ୍ଦୁଙ୍କୁ ତାଙ୍କ ବିରୋଧରେ ହୋଇଥିବା ଅଭିଯୋଗ ନେଇ କାତାରରେ ରହିବାକୁ କୁହାଯାଇଥିଲା ।
Follow Us