ବଢ଼ିଲା ବବି ଦାସଙ୍କ ଭାଇଙ୍କ ଅଡୁଆ । ଭବ ଦାସଙ୍କ ନାଁରେ ୪ଟି ମାମଲା ରୁଜୁ ।

ଧର୍ମଶାଳା ବିଧାୟକଙ୍କୁ ଆକ୍ରମଣ ଓ ହଙ୍ଗାମା ଘଟଣାରେ  ବବି ଦାସଙ୍କ ଭାଇ ଭବ ଦାସଙ୍କ ଅଡୁଆ ବଢିଛ ।  ବୁଧବାର ରାତି ମାମଲାରେ ୪ଟି ମାମଲା ରୁଜୁ କରିଛି ପୁଲିସ ।  

vlcsnap-2024-11-22-20h03m22s199

କନକ ବ୍ୟୁରୋ: ଧର୍ମଶାଳା ବିଧାୟକଙ୍କୁ ଆକ୍ରମଣ ଘଟଣା ଓ ମା' ବିରଜା ହାଟରେ ହଙ୍ଗାମା । ଏହି ଦୁଇଟି ଘଟଣା ପରଠୁ ବିବାଦ ଘେରକୁ ଆସିଥିଲେ ବିଜେଡି ନେତା ପ୍ରଣବ ପ୍ରକାଶ ଦାସଙ୍କ ଭାଇ ଭବ ପ୍ରସାଦ ଦାସ । ଆଉ ଏବେ ତାଙ୍କ ନାଁରେ ଯାଜପୁର ଟାଉନ ଥାନାରେ ୪ଟି  ପୃଥକ ପୃଥକ ମାମଲା ରୁଜୁ ହୋଇଛି । ଧର୍ମଶାଳା ବିଧାୟକଙ୍କୁ ଆକ୍ରମଣ ଓ ହଙ୍ଗାମା ଘଟଣାରେ  ବବି ଦାସଙ୍କ ଭାଇ ଭବ ଦାସଙ୍କ ଅଡୁଆ ବଢିଛ ।  

ଗୁରୁବାର ଭବ ଦାସ ଓ ତାଙ୍କ ସମର୍ଥକ ମା ବିରଜା ହାଟରେ ପହଞ୍ଚି ଆକ୍ରମଣ ଓ ଦୋକାନ ସାମଗ୍ରୀ ପରିବାପତ୍ର ଫିଙ୍ଗାଫୋପଡା କରିଥିବା ଅଭିଯୋଗ ଆଣି ତିନି ଜଣ ବ୍ୟବସାୟୀ ଏତଲା ଦେଇଛନ୍ତି । ସେପଟେ ବିରଜା ହାଟ ନିକଟରେ ରାସ୍ତାରୋକ ସମୟରେ ଦୁର୍ବବ୍ୟହାର ଅଭିଯୋଗ ଆଣି ଏତଲା ଦେଇଛନ୍ତି କାର୍ଯ୍ୟରତ ମହିଳା ଏସଆଇ ତୃପ୍ତିମୟୀ ରାଉତରାୟ। 


ଏତଲା ଆଧାରରେ ଟାଉନ ଥାନା ପୁଲିସ ଭବପ୍ରସାଦ ଦାସ ଓ ଯାଜପୁର ପୌର ଉପାଧ୍ୟକ୍ଷ ସନ୍ତୋଷ ମଲ୍ଲିକଙ୍କ ସମେତ ୪୮ ଜଣଙ୍କ ନାଁରେ ମାମଲା ରୁଜୁ କରିଛି । ଭାରତୀୟ ନ୍ୟାୟ ସଂହିତା ଧାରା 
ବିଏନଏସ - ୧୯୦- ହତ୍ୟା ଉଦ୍ୟମ 
ବିଏନଏସ ୧୨୬(୨)- ବେଆଇନ ଭାବେ ଅନ୍ୟକୁ ଅଟକାଇବା 
ବିଏନଏସ ୧୩୨- କାର୍ୟ୍ୟରତ ସରକାରୀ ଅଧିକାରୀଙ୍କୁ ଆକ୍ରମଣ 
ବିଏନଏସ ୨୯୬- ଅଶ୍ଲୀଳ ଭାଷାରେ ଗାଳିଗୁଲଜ 
ବିଏନଏସ- ୩୫୧(୧)- ହତ୍ୟା ଧମକ ଭଳି ଏକାଧିକ ମାମଲା ରୁଜୁ କରିଛି ।

କାହିଁକି ହେଲା ଗଣ୍ଡଗୋଳ ?
ହାଟ ସ୍ଥାନାନ୍ତରକୁ ନେଇ ବିବାଦ

ମା ବିରଜା ପୀଠର ବିକାଶ ପାଇଁ ନିର୍ବାଚନ ପୂର୍ବରୁ ହାଟକୁ ଅନ୍ୟତ୍ର ସ୍ଥାନାନ୍ତର କରାଯାଇଥିଲା । କିଛି ଦିନ ଅନ୍ୟସ୍ଥାନରେ ହାଟ ମଧ୍ୟ ଚାଲିଥିଲା । ପ୍ରଶାସନର ଅନୁମତି ପରେ ଗୁରୁବାର ବିରଜା ମନ୍ଦିର ନିକଟରେ ହାଟ ବସିଥିଲା । ଯାହାକୁ ଭବ ପ୍ରସାଦ ଦାସ ଓ ସମର୍ଥକ ବିରୋଧ କରିବାରୁ ବିବାଦ ବଢିଛି । ବ୍ୟବସାୟୀ ହାଟକୁ ଅନ୍ୟତ୍ର ସ୍ଥାନାନ୍ତରକୁ ବିରୋଧ କରୁଛନ୍ତି ଓ ଅଭିଯୁକ୍ତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି । ଘଟଣାକୁ ନେଇ ଭବପ୍ରସାଦ ଦାସଙ୍କ ଯୋଗାଯୋଗ କରାଯାଇଥିଲେ ମଧ୍ୟ ଯୋଗାଯୋଗ ହୋଇପାରିନି, ଏପଟେ ପୁଲିସ ମଧ୍ୟ କୌଣସି ପ୍ରତିକ୍ରିୟା ଦେଇନାହିଁ । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe