ପୂର୍ବତନ ବିଧାୟକ ବିଜୟ ମହାନ୍ତିଙ୍କ ପରଲୋକ। ଭୁବନେଶ୍ବର ମଧ୍ୟର ବିଧାୟକ ଥିଲେ ବିଜୟ

ପୂର୍ବତନ ବିଧାୟକ ବିଜୟ ମହାନ୍ତିଙ୍କ ପରଲୋକ। ଭୁବନେଶ୍ବର ମଧ୍ୟର ବିଧାୟକ ଥିଲେ ବିଜୟ ମହାନ୍ତି । ବିଜେଡିରୁ ୨ ଥର ବିଧାୟକ ହୋଇଥିଲେ।

38bijay


କନକ ବ୍ୟୁରୋ: ବିଜେଡିର ପୂର୍ବତନ ବିଧାୟକ ବିଜୟ ମହାନ୍ତିଙ୍କ ପରଲୋକ । କିଛି ଦିନର ଅସୁସ୍ଥତା ପରେ ତାଙ୍କର ମୃତ୍ୟୁ ହୋଇଛି। ୬୦ ବର୍ଷରେ ଶେଷ ନିଃଶ୍ବାସ ତ୍ୟାଗ କରିଛନ୍ତି ବିଜୟ ମହାନ୍ତି।

ବିଜୟ ମହାନ୍ତି ବିଜେଡିରୁ ୨ ଥର ବିଧାୟକ ହୋଇଥିଲେ । ୨୦୦୯ ଓ ୨୦୧୪ରେ ସେ ନିର୍ବାଚନ ଜିତି ଭୁବନେଶ୍ବର ମଧ୍ୟ ଆସନରେ ବିଧାୟକ ଗାଦୀ ହାତେଇଥିଲେ । ଅନେକଙ୍କ ପାଖରେ ସେ ବାଦଲ ମହାନ୍ତି ଭାବେ ମଧ୍ୟ ପରିଚିତ ଥିଲେ । କିଛି ଦିନ ପୂର୍ବରୁ ତାଙ୍କୁ ହୃଦଘାତ ହୋଇଥିଲା । ସେବେଠୁ ସେ ଅସୁସ୍ଥ ରହିଆସୁଥିଲେ । ଆଜି ତାଙ୍କ ସ୍ବାସ୍ଥ୍ୟାବସ୍ଥା ଗୁରୁତର ହେବାରୁ ତାଙ୍କୁ ହସ୍ପିଟାଲ ନିଆଯାଇଥିଲା । ହେଲେ ସେଠାରେ ପହଞ୍ଚିବାବେଳେକୁ ତାଙ୍କର ଦେହାନ୍ତ ହୋଇଥିଲା ବୋଲି ସୂଚନା ରହିଛି । ଆଜି  ନିୟମ ଅନୁସାରେ ତାଙ୍କର ପୋଷ୍ଟମର୍ଟମ କରାଯିବା ପରେ ଶେଷକୃତ୍ୟ ସମ୍ପନ୍ନ ହେବ । ତେବେ ତାଙ୍କର ଦେହାନ୍ତି ରାଜନୀତି ମହଲରେ ଶୋକର ଛାୟା ଖେଳିଯାଇଛି । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe