କନକ ବ୍ୟୁରୋ: ବିଜେଡିର ପୂର୍ବତନ ବିଧାୟକ ବିଜୟ ମହାନ୍ତିଙ୍କ ପରଲୋକ । କିଛି ଦିନର ଅସୁସ୍ଥତା ପରେ ତାଙ୍କର ମୃତ୍ୟୁ ହୋଇଛି। ୬୦ ବର୍ଷରେ ଶେଷ ନିଃଶ୍ବାସ ତ୍ୟାଗ କରିଛନ୍ତି ବିଜୟ ମହାନ୍ତି।
ବିଜୟ ମହାନ୍ତି ବିଜେଡିରୁ ୨ ଥର ବିଧାୟକ ହୋଇଥିଲେ । ୨୦୦୯ ଓ ୨୦୧୪ରେ ସେ ନିର୍ବାଚନ ଜିତି ଭୁବନେଶ୍ବର ମଧ୍ୟ ଆସନରେ ବିଧାୟକ ଗାଦୀ ହାତେଇଥିଲେ । ଅନେକଙ୍କ ପାଖରେ ସେ ବାଦଲ ମହାନ୍ତି ଭାବେ ମଧ୍ୟ ପରିଚିତ ଥିଲେ । କିଛି ଦିନ ପୂର୍ବରୁ ତାଙ୍କୁ ହୃଦଘାତ ହୋଇଥିଲା । ସେବେଠୁ ସେ ଅସୁସ୍ଥ ରହିଆସୁଥିଲେ । ଆଜି ତାଙ୍କ ସ୍ବାସ୍ଥ୍ୟାବସ୍ଥା ଗୁରୁତର ହେବାରୁ ତାଙ୍କୁ ହସ୍ପିଟାଲ ନିଆଯାଇଥିଲା । ହେଲେ ସେଠାରେ ପହଞ୍ଚିବାବେଳେକୁ ତାଙ୍କର ଦେହାନ୍ତ ହୋଇଥିଲା ବୋଲି ସୂଚନା ରହିଛି । ଆଜି ନିୟମ ଅନୁସାରେ ତାଙ୍କର ପୋଷ୍ଟମର୍ଟମ କରାଯିବା ପରେ ଶେଷକୃତ୍ୟ ସମ୍ପନ୍ନ ହେବ । ତେବେ ତାଙ୍କର ଦେହାନ୍ତି ରାଜନୀତି ମହଲରେ ଶୋକର ଛାୟା ଖେଳିଯାଇଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/2024/12/22/1aqIhRrg3Z0MiMkfD3wT.jpg)