କନକବ୍ୟୁରୋ : ପୂର୍ବତନ ବିଧାୟକ ତଥା ବିଶିଷ୍ଟ ଆଦିବାସୀ ନେତା ଜର୍ଜ୍ ତିର୍କି ଙ୍କ ପରଲୋକ  ।  ଭୁବନେଶ୍ୱର ଆପୋଲୋ  ହସ୍ପିଟାଲରେ ଶୁକ୍ରବାର ମଧ୍ୟରାତ୍ରରେ ତାଙ୍କର ପରଲୋକ ହୋଇଛି ।  ମୃତ୍ୟୁ ବେଳକୁ ତାଙ୍କୁ ୬୭ ବର୍ଷ ବୟସ ହୋଇଥିଲା  ।    ପ୍ରାୟ ୩ ମାସ ହେଲା ସେ ଗୁରୁତର ଅସୁସ୍ଥ ଥିଲେ ଶୁକ୍ରବାର ଅପରାହ୍ନଣରେ ସ୍ବାସ୍ଥ୍ୟାବସ୍ଥା ଗୁରୁତର ହେବାରୁ ତାଙ୍କୁ ରାଉରକେଲା ଇସ୍ପାତ ଜେନେରାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା  ।  ପରେ ସ୍ବାସ୍ଥ୍ୟାବସ୍ଥା ଅଧିକ ସଙ୍କଟାପନ୍ନ ହେବାକୁ ତାଙ୍କୁ ଭୁବନେଶ୍ୱର ଅଣାଯାଇଥିଲା ।

Advertisment

ଆଜି ତାଙ୍କ ନିଜ ଗାଁ ସୁନ୍ଦରଗଡ଼ ଜିଲ୍ଲା ବୀରମିତ୍ରପୁର  ଥାନା ଝୁନମୁର ଠାରେ ଶେଷକୃତ୍ୟୁ ସମ୍ପନ୍ନ ହେବ। ଛାତ୍ରଜୀବନରୁ ରାଜନୀତିରେ ସାମିଲ ହୋଇଥିଲେ ଜର୍ଜ  ତିର୍କି   । ବୀରମିତ୍ରପୁର ନିର୍ବାଚନମଣ୍ଡଳୀରୁ ସେ ୪ ଥର ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ । ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚରୁ ୨ ଥର, ସ୍ବାଧୀନ ଭାବେ ଥରେ ଓ ସମତାକ୍ରାନ୍ତି ଦଳରୁ ଥରେ ସେ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ ।