କନକ ବ୍ୟୁରୋ: IPL ମେଗା ନିଲାମୀରେ ଇତିହାସରେ ରଚିଲେ ଭାରତୀୟ ବ୍ୟାଟର ତଥା ଚାମ୍ପିୟନ କ୍ୟାପଟେନ ଶ୍ରେୟସ ଆୟର । ୨୬.୭୫ କୋଟି ଟଙ୍କାରେ ଶ୍ରେୟସଙ୍କୁ ଦଳରେ ସାମିଲ କରିଛି ପଞ୍ଜାବ କିଙ୍ଗ୍ସ । ମେଗା ନିଲାମୀରେ ଶ୍ରେୟସଙ୍କ ବେସ୍ ପ୍ରାଇସ ୨ କୋଟି ଟଙ୍କାରୁ ବିଡ୍ ଆରମ୍ଭ ହୋଇଥିଲା । ପଞ୍ଜାବ ଓ ଦିଲ୍ଲୀ ଟିମ୍ ଶ୍ରେୟସଙ୍କୁ କିଣିବାକୁ ପୂରା ଦମ୍ ଲଗାଇଥିଲେ । ଶେଷରେ ବିଡ୍ ବାଜି ଜିତି ନେଇଛି ପଞ୍ଜାବ କିଙ୍ଗ୍ସ । ପ୍ରଥମ ଥର ପାଇଁ କୌଣସି ଭାରତୀୟ ଖେଳାଳି ଏତେ ଟଙ୍କାରେ ନିଲାମ ହୋଇଛନ୍ତି ।
#ଆଇପିଏଲ_ମେଗା_ଅକ୍ସନ
— Kanak News (@kanak_news) November 24, 2024
ଭାରତୀୟ ଦ୍ରୁତ ବୋଲର୍ ଅର୍ଶଦୀପ ସିଂଙ୍କୁ ୧୮ କୋଟିରେ କିଣିଲା ପଞ୍ଜାବ କିଙ୍ଗ୍ସ#PunjabKings #IPLAuction #KanakNews pic.twitter.com/4dnB9Lk9qp
ଏହାପୂର୍ବରୁ ଭାରତୀୟ ବୋଲର ଅର୍ଶଦୀପ ସିଂହଙ୍କ ପାଇଁ ମଧ୍ୟ ଜବରଦସ୍ତ ବିଡ୍ ଦେଖିବାକୁ ମିଳିଥିଲା । ସନରାଇଜର୍ସ ହାଇଦ୍ରାବାଦ ବିଡ୍ ପାଇଥିଲା ତେବେ ଜଞଗ ବ୍ୟବହାର କରି ଅର୍ଶଦୀପଙ୍କୁ ଦଳକୁ ଫେରାଇ ଆଣିଛି ପଞ୍ଜାବ କିଙ୍ଗ୍ସ । ବିଦେଶୀ ଖେଳାଳିଙ୍କ କଥା କହିଲେ କାଗିଶୋ ରାବାଡା ଓ ଜୋଶ ବଟଲର ଯଥାକ୍ରମେ ୧୦.୭୫ କୋଟି ଓ ୧୫.୭୫ କୋଟି ଟଙ୍କାରେ ଦଳରେ ସାମିଲ କରିଛି ଗୁଜୁରାଟ ଟାଇଟନ୍ସ । ସେହିଭଳି ମିଚେଲ ଷ୍ଟାର୍କ ୧୧.୭୫ କୋଟି ଟଙ୍କା ବିନିମୟରେ ଦିଲ୍ଲୀ କ୍ୟାପିଟାଲ୍ସରେ ସାମିଲ ହୋଇଛନ୍ତି ।
#ଆଇପିଏଲର_ଦାମୀ_ଖେଳାଳୀ_ଶ୍ରେୟସ
— Kanak News (@kanak_news) November 24, 2024
ଇତିହାସ ରଚିଲେ ଶ୍ରେୟସ ଆୟର । ବନିଲେ ଆଇପିଏଲର ସବୁଠାରୁ ଦାମୀ ଖେଳାଳୀ । ଆୟରଙ୍କୁ ୨୬ କୋଟି ୭୫ ଲକ୍ଷରେ କିଣିଲା ପଞ୍ଜାବ କିଙ୍ଗସ ।#shreyasiyer #IPLMegaAuction #PBKS pic.twitter.com/KhfiJ0cKPM