କନକ ବ୍ୟୁରୋ : କେରଳ ସରକାରରେ ପୂର୍ବତନ ମନ୍ତ୍ରୀ ଏମ.ଏ ବେବିଙ୍କ ସିପିଆଇଏମର ମହାସଚିବଭାବେ ନିଯୁକ୍ତ କରାଯାଇଛି । ପାର୍ଟିର ୨୪ ତମ କଂଗ୍ରେସ ବୈଠକରେ ଏହି ନିସ୍ପତ୍ତି ନିଆଯାଇଛି । ସୀତାରାମ ୟେଚୁରୀଙ୍କ ନିଧନ ପରେ ଏହି ପଦ ଖାଲି ପଡିଥିଲା । ଦଳର ପାର୍ଟି କଂଗ୍ରେସ ବୈଠକ ରବିବାର ଦିନ ତାମିଲନାଡୁର ମଦୁରାଇ ଠାରେ ଆୟୋଜିତ ହୋଇଛି । ଏହି ବୈଠକରେ ପାର୍ଟିର ମହାସଚିବ ଭାବେ ଏମ.ଏ ବେବିଙ୍କୁ ଚୟନ କରାଯାଇଛି ।

Advertisment

୭୦ ବର୍ଷିୟ ଏମ୍ ଏ ବେବି (ମାରିୟମ ଆଲେକଜାଣ୍ଡାର ବେବି) ନିଜର ରାଜନୈତିକ ଜୀବନ ସିପିଆଇଏମ୍ ସହ ଜଡିତ ଛାତ୍ର ସଂଗଠନ ଏସଏଫଆଇରୁ ଆରମ୍ଭ କରିଥିଲେ । ଏହାପରେ ସେ ପାର୍ଟିର ଯୁବ ସଂଗଠନ ୱାଇ ଏଫ ଆଇ ବା ଗଣତାନ୍ତ୍ରିକ ଯୁବ ସଂଗଠନ ଭାରତ ସହିତ ଯୋଡି ହୋଇଥିଲେ । ସେ ୧୯୮୬ ରୁ ୧୯୯୮ ପର୍ଯ୍ୟନ୍ତ ସିିପିଆଇଏମ୍ ସମର୍ଥନରେ ରାଜ୍ୟସଭାକୁ ନିର୍ବାଚିତ ହୋଇଥିଲେ । ସିପିଆଇଏମର ମହାସଚିବ ଦୌଡରେ ତାଙ୍କ ବ୍ୟତୀତ ଅଲ୍ ଇଣ୍ଡିଆ କିଷାନ ସଭାର ଅଧ୍ୟକ୍ଷ ଅଶୋକ ଘବାଲେ ମଧ୍ୟ ଥିଲେ । ଗତ ବର୍ଷ ସେପ୍ଟେମ୍ବର ମାସରେ ପାର୍ଟିର ମହାସଚିବ ଥିବା ସୀତାରାମ ୟେଚୁରୀଙ୍କ ଦେହାନ୍ତ ପରେ ଏହି ପଦ ଖାଲି ପଡିଥିଲା । ଏପର୍ଯ୍ୟନ୍ତ ପ୍ରକାଶ କରାତେ ଅସ୍ଥାୟୀ ଅଧ୍ୟକ୍ଷ ଭାବେ ଦାୟିତ୍ୱରେ ଥିଲେ ।