ଜମ୍ମୁ କାଶ୍ମୀର ପୂର୍ବତନ ରାଜ୍ୟପାଳ ସତ୍ୟପାଲ ମଲ୍ଲିକଙ୍କର  ପରଲୋକ; RML  ହସ୍ପିଟାଲରେ ଶେଷ ନିଃଶ୍ବାସ ତ୍ୟାଗ

ଜମ୍ମୁ କାଶ୍ମୀର ପୂର୍ବତନ ରାଜ୍ୟପାଳ ସତ୍ୟପାଲ ମଲ୍ଲିକଙ୍କର  ପରଲୋକ ;  ଦିଲ୍ଲୀ RML  ହସ୍ପିଟାଲରେ ଶେଷ ନିଃଶ୍ବାସ ତ୍ୟାଗ ।  ଏକାଧିକ ସ୍ବାସ୍ଥ୍ୟଗତ ସମସ୍ୟା ନେଇ ଚାଲିଥିଲା ଚିକିତ୍ସା ।

22

କନକ ବ୍ୟୁରୋ: ଜମ୍ମୁ କାଶ୍ମୀର ପୂର୍ବତନ ରାଜ୍ୟପାଳ ସତ୍ୟପାଲ ମଲ୍ଲିକଙ୍କର ପରଲୋକ । ଦିଲ୍ଲୀ RML  ହସ୍ପିଟାଲରେ ଶେଷ ନିଃଶ୍ବାସ ତ୍ୟାଗ ।  ଏକାଧିକ ସ୍ବାସ୍ଥ୍ୟଗତ ସମସ୍ୟା ନେଇ ତାଙ୍କର ଚିକିତ୍ସା ଚାଲିଥିବାବେଳେ ଶେଷ ନିଃଶ୍ବାସ ତ୍ୟାଗ କରିଛନ୍ତି  ସତ୍ୟପାଲ । ତେବେ ଏକାଧିକ ବିବିଦରେ ଛନ୍ଦି ହୋଇପଡ଼ିଥିଲେ  ସତ୍ୟପାଲ ।

ନିଜ କାର୍ଯ୍ୟକାଳ ଭିତରେ ଏକାଧିକ ବିବାଦରେ ଛନ୍ଦି ହୋଇପଡ଼ିଥିଲେ ସତ୍ୟପାଲ । ଏହା ଭିତରୁ ବେଶ୍ ଚର୍ଚ୍ଚିତ ଥିଲା କିରୁ ହାଇଡ୍ରୋ ଇଲେକ୍ଟ୍ରିକ୍ ପାୱାର ପ୍ରୋଜେକ୍ଟ  ମାମଲା । ଏ ମାମଲାରେ ତାଙ୍କ ସହ ଅନ୍ୟ ୬ଜଣଙ୍କ ନାଁରେ ଭ୍ରଷ୍ଟାଚାର ଅଭିଯୋଗ ଆସିବା ପରେ ଚାର୍ଜସିଟ୍ ଦାଖଲ କରିଥିବଲା ସିବିଆଇ । ଏହି ମାମଲା ଥିଲା ୨୨୦୦ କୋଟି ଟଙ୍କାର ଜଳ ବିଦ୍ୟୁତ୍ ପ୍ରକଳ୍ପ  । ଏହି  ପ୍ରୋଜେକ୍ଟରେ ହୋଇଥିବା ଟେଣ୍ଡର ପ୍ରକ୍ରିୟାରେ ଦୁର୍ନୀତି ହୋଇଥିବା ଅଭିଯୋଗ ହୋଇଥିଲା । ଏଡି ଘଟଣାରେ ସତ୍ୟପାଲଙ୍କ ବାସଭବନରେ ମଧ୍ୟ ରେଡ୍ ହୋଇଥିଲା ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe