କନକ ବ୍ୟୁରୋ: ଜମ୍ମୁ କାଶ୍ମୀର ପୂର୍ବତନ ରାଜ୍ୟପାଳ ସତ୍ୟପାଲ ମଲ୍ଲିକଙ୍କର ପରଲୋକ । ଦିଲ୍ଲୀ RML ହସ୍ପିଟାଲରେ ଶେଷ ନିଃଶ୍ବାସ ତ୍ୟାଗ । ଏକାଧିକ ସ୍ବାସ୍ଥ୍ୟଗତ ସମସ୍ୟା ନେଇ ତାଙ୍କର ଚିକିତ୍ସା ଚାଲିଥିବାବେଳେ ଶେଷ ନିଃଶ୍ବାସ ତ୍ୟାଗ କରିଛନ୍ତି ସତ୍ୟପାଲ । ତେବେ ଏକାଧିକ ବିବିଦରେ ଛନ୍ଦି ହୋଇପଡ଼ିଥିଲେ ସତ୍ୟପାଲ ।
ନିଜ କାର୍ଯ୍ୟକାଳ ଭିତରେ ଏକାଧିକ ବିବାଦରେ ଛନ୍ଦି ହୋଇପଡ଼ିଥିଲେ ସତ୍ୟପାଲ । ଏହା ଭିତରୁ ବେଶ୍ ଚର୍ଚ୍ଚିତ ଥିଲା କିରୁ ହାଇଡ୍ରୋ ଇଲେକ୍ଟ୍ରିକ୍ ପାୱାର ପ୍ରୋଜେକ୍ଟ ମାମଲା । ଏ ମାମଲାରେ ତାଙ୍କ ସହ ଅନ୍ୟ ୬ଜଣଙ୍କ ନାଁରେ ଭ୍ରଷ୍ଟାଚାର ଅଭିଯୋଗ ଆସିବା ପରେ ଚାର୍ଜସିଟ୍ ଦାଖଲ କରିଥିବଲା ସିବିଆଇ । ଏହି ମାମଲା ଥିଲା ୨୨୦୦ କୋଟି ଟଙ୍କାର ଜଳ ବିଦ୍ୟୁତ୍ ପ୍ରକଳ୍ପ । ଏହି ପ୍ରୋଜେକ୍ଟରେ ହୋଇଥିବା ଟେଣ୍ଡର ପ୍ରକ୍ରିୟାରେ ଦୁର୍ନୀତି ହୋଇଥିବା ଅଭିଯୋଗ ହୋଇଥିଲା । ଏଡି ଘଟଣାରେ ସତ୍ୟପାଲଙ୍କ ବାସଭବନରେ ମଧ୍ୟ ରେଡ୍ ହୋଇଥିଲା ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/2025/08/05/22-2025-08-05-14-01-41.jpg)