କନକ ବ୍ୟୁରୋ: ବ୍ରିଜ ଆଣ୍ଡ ରୁଫ୍ କମ୍ପାନୀ ଲାଞ୍ଚ କାରବାର ମାମଲାରେ ଓଇଝ ବିଷ୍ଣୁପଦ ସେଠୀଙ୍କ ଘରେ ସିବିଆଇ ଘଟଣା ନୁଆ ମୋଡ ନେଇଛି । ହାଇକୋର୍ଟରୁ ବିଷ୍ଣୁଙ୍କୁ ମିଳିଛି ସାମୟିକ ଆଶ୍ୱସ୍ତି । ପରବର୍ତ୍ତୀ ଶୁଣାଣି ଅର୍ଥାତ ମାର୍ଚ୍ଚ ୪ ତାରିଖ ଯାଏଁ କୌଣସି କାର୍ୟାନୁଷ୍ଠାନ ଗ୍ରହଣ କରାଯାଇ ପାରିବନି ବୋଲି କହିଛନ୍ତି କୋର୍ଟ । କୋର୍ଟଙ୍କ ଏହି ରହିତାଦେଶ ପରେ, ସିବିଆଇ ତଦନ୍ତକୁ ନେଇ ପ୍ରଶ୍ନ ଉଠୁଛି । ପୁର୍ବତନ ପୁଲିସ ଡିଜି କହିଛନ୍ତି, ବିନା ତଥ୍ୟ ପ୍ରମାଣରେ ସିବିଆଇ ତଦନ୍ତ ସମ୍ଭବ ନୁହେଁ । 

Advertisment

ମାମଲା ରୁଜୁ କରି କେଉଁ ତଥ୍ୟ ଆଧାରରେ ରେଡ୍ କରାଯାଉଛି ? ସେ ବାବଦରେ ବି ସ୍ୱଚ୍ଛତା ରଖିବାର ନିୟମ ରହିଛି । ତେବେ ରେଡ୍ ବାବଦରେ କୋର୍ଟଙ୍କୁ ଜଣାଇବା ପରେ ହିଁ କୋର୍ଟ ଏହିଭଳି ରହିତାଦେଶ ଜାରି କରିଛନ୍ତି । ଯାହାକୁ ନେଇ ଏବେ ଗୋଳିଆଘଣ୍ଟା ପରସ୍ଥିତି ସୃଷ୍ଟି ହୋଇଛି । ଏଥିରେ କିଏ ସ୍ୱଚ୍ଚ,କିଏ ନିରପେକ୍ଷ ଏ ପ୍ରଶ୍ନ ଉଠିବା ବି ସ୍ୱାଭାବିକ । କିନ୍ତୁ ସିବିଆଇ ତଦନ୍ତ କରୁଥିବା ସମୟରେ କାହିଁକି ବିଷ୍ଣୁଙ୍କୁ ସ୍ପଷ୍ଟ କରିଲା ନାହିଁ ସେନେଇ ପ୍ରଶ୍ନ ଉଠାଇଛନ୍ତି ପୁର୍ବତନ ପୁଲିସ ଡିଜି। 
 
ସେପଟେ ହାଇକୋର୍ଟରେ ଦ୍ୱାରସ୍ଥ ହୋଇ ଅଭିଯୋଗ ବାବଦରେ ତଥ୍ୟ ରଖିଛନ୍ତି ବିଷ୍ଣୁପଦ ସେଠୀ । ସିବିଆଇ ତଦନ୍ତ ଭିତରେ ତାଙ୍କ ବିରୋଧରେ ସସପେଣ୍ଡ,ଡିସମିସ ଏବଂ ଗିରଫଦାରୀ ଭଳି କାର୍ୟାନୁଷ୍ଠାନ ଭୟରେ ଅନ୍ତୁରୀଣ ସୁରକ୍ଷା ପାଇଁ ଆବେଦନ କରିଥିଲେ । 
 
ବ୍ରିଜ ଆଣ୍ଡ ରୁଫ କମ୍ପାନୀ କୋଟି କୋଟି ଟଙ୍କାର କାମ ହାସଲ କରି ମାଲାମାଲ ହୋଇଛନ୍ତି ଅଫିସର । କେଉଁମାନେ ମିଲି ଭଗତରେ ଲୁଟ୍ କରିଛନ୍ତି ମାଲାମାଲ ହୋଇଛନ୍ତି ଏବଂ କେଉଁ କଂଟ୍ରାକ୍ଟରଙ୍କୁ ଗେହ୍ଲାପୁଅ ସଜ୍ଜାଇ ପକେଟ୍ ଗରମ କରିଛନ୍ତି । ସେମାନଙ୍କ ତାଲିକା ପ୍ରସ୍ତୁତ କରିଛି ସିବିଆଇ । ତେବେ ଦୁର୍ନିତିର ଭଣ ଭଣ ଗନ୍ଧ ଭିତରୁ ଅଭିଯୁକ୍ତମାନେ ଉଈଓ ହାତରେ ଫସିବେ ନା ଖସିଯିବେ ସେନେଇ ଚର୍ଚ୍ଚା ଜୋର ଧରିଛି ।