କନକ ବ୍ୟୁରୋ: ହରିୟାଣାର ପୂର୍ବତନ ମୁଖ୍ୟମନ୍ତ୍ରୀ ଓମ ପ୍ରକାଶ  ଚୌତାଲାଙ୍କ ପରଲୋକ ।  ୮୯ ବର୍ଷ ବୟସରେ ଓମ ପ୍ରକାଶ ଚୌତାଲାଙ୍କ ଦେହାନ୍ତ ଘଟିଛି। ଗୁରୁଗ୍ରାମ ର ଏକ ହସ୍ପିଟାଲରେ ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି ଓମ ପ୍ରକାଶ । ଓମ ପ୍ରକାଶ  ଚୌତାଲାଙ୍କ ୧ ଜାନୁଆରୀ ୧୯୩୫ରେ ହରିୟାଣାର ସିରସା ସ୍ଥିତ ଚୌତାଲା ଗ୍ରାମରେ ଜନ୍ମ ହୋଇଥିଲେ । ତାଙ୍କ ନିଧନରେ ହରିୟାଣା ରାଜନୀତିକୁ ବଡ ଝଟକା ଲାଗିଛି ।  

Advertisment

ସୂଚନାମୁତାବକ, ଚିକିତ୍ସିତ ଅବସ୍ଥାରେ ରାତି ୧୨ ଟା ପରେ ତାଙ୍କର ମୃତ୍ୟୁ ହୋଇଥିଲା ।  ଓମ୍  ପ୍ରକାଶ ୫ ଥର ମୁଖ୍ୟମନ୍ତ୍ରୀ ଭାବରେ ଭାର ସମ୍ଭାଳିଥିଲେ । ତେବେ ଓମ୍ ପ୍ରକାଶ ଚୌତାଲା ହେଉଛନ୍ତି ପୂର୍ବ ମୁଖ୍ୟମନ୍ତ୍ରୀ ତଥା ଉପମୁଖ୍ୟମନ୍ତ୍ରୀ ଚୌଧୁରୀ ଲାଲଙ୍କ ପୁଅ । ଚୌତାଲା ହରିୟାଣାର ସପ୍ତମ ମୁଖ୍ୟମନ୍ତ୍ରୀ ଥିଲେ । ହରିୟାଣାର ବିକାଶରେ ଓମ୍ ପ୍ରକାଶ ଚୌତାଲା ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ । ସେ ଗ୍ରାମାଞ୍ଚଳ ଏବଂ କୃଷକମାନଙ୍କର ଜଣେ ବଡ ସମର୍ଥକ  ଥିଲେ । ସେ ହରିୟାଣାର ସବୁଠାରୁ ସକ୍ରିୟ ନେତା ଭାବରେ ଜଣାଶୁଣା ଥିଲେ । ତେବେ ଓମ ପ୍ରକାଶ ଚୌତାଲାଙ୍କୁ JBT ଭର୍ତ୍ତି  ଘୋଟାଲାରେ ୨୦୧୩ ମସିହାରେ  ୧୦ ବର୍ଷ ଜେଲ ହୋଇଥିଲା ।   ଦଣ୍ଡ ପୁରାହେବା ପରେ ୬ ବର୍ଷ  ପର୍ଯ୍ୟନ୍ତ  ନିର୍ବାଚନରୁ ଦୂରେଇ ରହିଥିଲେ ଓମ ପ୍ରକାଶ ।