କନକ ବ୍ୟୁରୋ : ଆରବିଆଇର ପୂର୍ବତନ ଗଭର୍ଣ୍ଣର ଶକ୍ତିକାନ୍ତ  ଦାସ ହେଲେ ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ-୨ । ଶକ୍ତିକାନ୍ତଙ୍କ ନିଯୁକ୍ତିକୁ କେନ୍ଦ୍ର କ୍ୟାବିନେଟ୍‌ ର ଅନୁମୋଦନ। ୬ ବର୍ଷ ଧରି ଆରବିଆଇର ଗଭର୍ଣ୍ଣର ଥିଲେ । ଶକ୍ତିକାନ୍ତ ଦାସଙ୍କ ଉପରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଭରଷା ରହିଛି । ଶକ୍ତିକାନ୍ତ ଅନେକ କ୍ଷେତ୍ରରେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ସାହାଯ୍ୟ କରୁଥିଲେ । ଶକ୍ତିକାନ୍ତ ଦାସ ଅବସର ନେବା ପରେ ଚର୍ଚ୍ଚା ହେଉଥିଲା ତାଙ୍କୁ ଆଉ କେଉଁ ଦାୟିତ୍ବ ମିଳିବ। ଯାହାର ଆଜି ପୂର୍ଣ୍ଣଛେଦ୍‌ ପଡିଛି।

Advertisment

ଓଡ଼ିଆଙ୍କୁ ଗୁରୁତ୍ବ ମିଳୁଛି ମୋଦି ସରକାରରେ । କାରଣ ଦୁଇ ଜଣଙ୍କ ହାତରେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ । ଗୋଟିଏ ପଟେ ପିକେ ମିଶ୍ର ବହୁଦିନ ଧରି ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ଅଛନ୍ତି । ଦେଶର ଶାସନ, ବିଧିବ୍ୟବସ୍ଥା, ଅର୍ଥନୀତି ଏବଂ ସାମାଜିକ କ୍ଷେତ୍ରରେ କିପରି ଆଗକୁ ବଢିବ ସେଥିରେ ଗୁରୁତ୍ବ ପୂର୍ଣ୍ଣ ଭୁମିକା ଗ୍ରହଣ କରିଥାଆନ୍ତି  ପିକେ ମିଶ୍ର । ଆଉ ଅତ୍ୟନ୍ତୁ ବିଶ୍ବସ୍ଥ  ପ୍ରଧାନମନ୍ତ୍ରୀଙ୍କର ସେ । ଏହି ପର୍ଯ୍ୟାୟରେ ଆଉ ଜଣେ ଓଡ଼ିଆ ଶକ୍ତିକାନ୍ତ ଦାସ ଯୋଡି