କନକ ବ୍ୟୁରୋ : ଆଜି ଭାରତୀୟ କ୍ରିକେଟ ଇତିହାସରେ ଏକ ନୂଆ ଅଧ୍ୟାୟ ଯୋଡ଼ି ହୋଇଛି । ଭାରତୀୟ କ୍ରିକେଟ ବୋର୍ଡ ବା ବସିସିଆଇର ନୂଆ ଅଧ୍ୟକ୍ଷ ଭାବେ ମିଥୁନ ମନହାସ ଦାୟିତ୍ୱ ନେଇଛନ୍ତି । ଆଜି ତାଙ୍କୁ ଏହି ଦାୟିତ୍ୱ ବିସିସିଆଇର ବାର୍ଷିକ ବୈଠକରେ ପ୍ରଦାନ କରାଯିବ ।
ଜାମ୍ମୁକାଶ୍ମୀର କ୍ରିକେଟ ଆସୋସିଏସନର ସଦସ୍ୟ ଥିବା ପୂର୍ବ କ୍ରିକେଟର ମିଥୁନ ମନହାସ ଅବାଧରେ ବିସିସିଆଇର ଅଧ୍ୟକ୍ଷ ଭାବେ ନିର୍ବାଚିତ ହୋଇଛନ୍ତି । ପୂର୍ବ କ୍ୟାପଟେନ ସୌରଭ ଗାଙ୍ଗୁଲି ଓ ତାଙ୍କ ପରେ ରଜର ବିନ୍ନିଙ୍କ ପରେ ମିଥୁନ ମନହାସ ଆଜି ଦାୟିତ୍ୱ ନେବେ ।
ମିଥୁନ ମନହାସଙ୍କୁ ବିସିସିଆଇର ଅଧ୍ୟକ୍ଷ ଭାବେ ଚୟନ କରାଯିବା ପରେ କାଶ୍ମୀରବାସୀଙ୍କ ଭିତରେ ଉତ୍ସାହ ବଢ଼ିଛି । ମନହାସ ତାଙ୍କ କ୍ରିକେଟ ଜୀବନରେ ଅନେକ ରେକର୍ଡ କରିଛନ୍ତି । ତାଙ୍କ ଦୂରଦର୍ଶୀ ନେତୃତ୍ୱରେ ଜାମୁକାଶ୍ମୀର କ୍ରିକେଟ ଶୀଖର ଛୁଇଁଛି । ଜାମ୍ମୁ-କାଶ୍ମୀରର ଅନେକ ଖେଳିଳି ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ଖେଳିବାର ସୁଯୋଗ ପାଇଛନ୍ତି ।