ବିସିସିଆଇ ଘୋଷଣା କଲା ଚୟନକର୍ତ୍ତା ଟିମ୍, ଏବେ ଆର,ପି ସିଂ ଓ ପ୍ରଜ୍ଞାନ ଓଝା କରିବେ ଟିମ୍ ଇଣ୍ଡିଆର ଚୟନ

ସେପଟେ ଦିଲ୍ଲୀର ଅମିତା ଶର୍ମାଙ୍କୁ ମହିଳା କ୍ରିକେଟ ଟିମ ଚୟନ କମିଟିର ଅଧ୍ୟକ୍ଷ ଭାବେ ନିର୍ବାଚିତ କରାଯାଇଛି । ମୁମ୍ବାଇର ସୁଲକ୍ଷଣା ନାଇକ ଓ ହାଇଦ୍ରାବାଦର ଶ୍ରାବନ୍ତି ନାଇଡୁଙ୍କୁ ଏହି ଟିମରେ ସାମିଲ କରାଯାଇଛି । 

6

କନକ ବ୍ୟୁରୋ : ଭାରତୀୟ କ୍ରିକେଟ୍ ଟିମର ପୂର୍ବତନ କ୍ରିକେଟର ଆର,ପି ସିଂ ଓ ପ୍ରଜ୍ଞାନ ଓଝା ଏବେ ଚୟନ ସମିତିରେ ସାମିଲ ହୋଇଛନ୍ତି । ବିସିସିଆଇର ବାର୍ଷିକ ସାଧାରଣ ବୈଠକରେ ଏହା ବି ନିଷ୍ପତ୍ତି ନିଆଯାଇଛି କି, କୌଣସି ଅଣ୍ଡର-୧୬ ଖେଳାଳି ସେପର୍ଯ୍ୟନ୍ତ ଆଇପିଏଲ ଖେଳିପାରିବେ ନାହିଁ ଯେପର୍ଯ୍ୟନ୍ତ ସେ ରାଜ୍ୟ ପାଇଁ କୌଣସି ରଣଜୀ ଟିମର ପ୍ରତିନିଧୀତ୍ୱ ନକରିଛନ୍ତି । 

ସେପଟେ ଦିଲ୍ଲୀର ଅମିତା ଶର୍ମାଙ୍କୁ ମହିଳା କ୍ରିକେଟ ଟିମ ଚୟନ କମିଟିର ଅଧ୍ୟକ୍ଷ ଭାବେ ନିର୍ବାଚିତ କରାଯାଇଛି । ମୁମ୍ବାଇର ସୁଲକ୍ଷଣା ନାଇକ ଓ ହାଇଦ୍ରାବାଦର ଶ୍ରାବନ୍ତି ନାଇଡୁଙ୍କୁ ଏହି ଟିମରେ ସାମିଲ କରାଯାଇଛି । 

ଯଦି ଆର,ପି ସିଂ ଓ ପ୍ରଜ୍ଞାନ ଓଝାଙ୍କ ଅନ୍ତର୍ଜାତୀୟ କ୍ୟାରିୟର ଦେଖିବା ତେବେ ଆର.ପି ସିଂ ବା ରୂଦ୍ରପ୍ରତାପ ସିଂ ଭାରତୀୟ ଟିମ ପାଇଁ ତିନୋଟି ଫର୍ମାଟରେ ଅନେକ ମ୍ୟାଚ୍ ଖେଳିଛନ୍ତି । ସେ ଟିମ୍ ଇଣ୍ଡିଆ ପାଇଁ ୧୪ ଟି ଟେଷ୍ଟ, ୫୮ ଟି ଏକଦିବସୀୟ ଓ ୧୦ ଟି ଟି-୨୦ ମ୍ୟାଚ୍ ଖେଳିଛନ୍ତି । ଚୟନକର୍ତ୍ତା ଟିମରେ ପ୍ରଜ୍ଞାନ ଓଝା ଓ ଆର.ପି ସିଂଙ୍କ ବ୍ୟତୀତ ଶିବ ସୁନ୍ଦର ଦାସ, ଅଜୟ ରାତ୍ରା ମଧ୍ୟ ସାମିଲ ଅଛନ୍ତି । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe